ପରିମଳ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

0
237

ବାଲିଗୁଡ଼ା,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ପରିମଳ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା ଉପଜିଲ୍ଲାପାଳ ତଥା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼.ଶୁଭଙ୍କର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବାଲିଗୁଡ଼ା ଏନ୍ଏସିରେ କାର୍ଯ୍ୟରତ ୬୦ରୁ ଉର୍ଦ୍ଧ୍ବ ପରିମଳ କର୍ମଚାରୀ ନିଜ ସ୍ବାସ୍ଥ୍ୟ କଥା ଭୁଲି ସହରର ଗଳିକନ୍ଦିକୁ ଯାଇ ସହରକୁ ପରିସ୍କାର ପରିଚ୍ଛନ୍ନ ରଖୁଛନ୍ତି । ଏଣୁ ସେମାନଙ୍କ ସ୍ବାସ୍ଥ୍ୟ ଠିକ୍ ରହିଲେ ଆମ ସହର ପରିସ୍କାର ରହିବାସହ ସହରବାସୀ ସୁସ୍ଥ ରହିପାରିବେ । ଏଣୁ ଉପଜିଲ୍ଲାପାଳଙ୍କ ଏଭଳି ମହତ ଉଦେଶ୍ୟକୁ ଆମେ ସାଧୁବାଦ ଜଣାଉଛୁ ବୋଲି କହିଛନ୍ତି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ ଡକ୍ଟର ବିଜୟ କୁମାର ସୁର୍ ଓ ବାଲିଗୁଡ଼ା ଏନ୍ଏସି ସାନିଟାରୀ ଏକ୍ସପୋର୍ଟ ରାଜକିଶୋର ସାହୁ । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଏନ୍ଏସିର ସମସ୍ତ କର୍ମଚାରୀ ସାମିଲ୍ ହୋଇ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here