ନକଲି ପୋଲିସ ଓ ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବକୁ ନେଇ ପୋଲିସର ଚିନ୍ତା। 4ନକଲି ସାମ୍ବାଦିକ ଗିରଫ, ନକଲି ପୋଲିସଙ୍କୁ ଖୋଜୁଛି ଅସଲି ପୋଲିସ।

0
869

ବ୍ରହ୍ମପୁର,୦୧/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ)-: ବ୍ରହ୍ମପୁର ସହରରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଦିନ ଦ୍ୱୀପହରରେ ଜନଗହଳିପୂର୍ଣ ସ୍ଥାନରେ ଲୁଟ,ଡକାୟତି,ଚୋରୀ ଓ ରାହାଯାନୀ ଭଳି ଘଟଣା ଘଟାଇ ପୋଲିସକୁ ଦେଉଛନ୍ତି ଖୋଲା ଚାଲେଞ୍ଜ। ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ଏହି ଅପରାଧୀଙ୍କୁ ଧରିବା ପୋଲିସ ପାଇଁ ଏବେ ମୁଣ୍ଡବ୍ୟଥାର କାରଣ ସାଜିଛି। ଗୋଟିଏ ପଟେ ନକଲି ସାମ୍ବାଦିକ ଓ ଅନ୍ୟପଟେ ନକଲି ପୋଲିସ ଯେମିତି ବ୍ରହ୍ମପୁର ପୋଲିସର ଆଖିରୁ ନିଦ ହଜାଇ ଦେଇଛନ୍ତି। ସହରରେ ନିୟମିତ ବ୍ୟବଧାନରେ ଲୁଟତରାଜ ଘଟଣା ଘଟୁଥିବା ବେଳେ ଗତ କାଲି ଓ ଆଜି ଦୁଇ ଦୁଇଟି ଘଟଣା ସହରବାସୀଙ୍କ ଚିନ୍ତା ବଢାଇ ଦେଇଛି। ଆଜି ସକାଳ ସାଢେ ୧୧ଟା ସମୟରେ ଟାଉନ ଥାନା ଅନ୍ତର୍ଗତ ଦଳୁଆ ସହିରେ ଜଣେ ମହିଳାଙ୍କୁ ପୋଲିସର ପରିଚୟ ଦେଇ ୩ଜଣ ଦୁର୍ବୃତ୍ତ ମଙ୍ଗଳସୁତ୍ର ଲୁଟି ନେଇଥିଲେ। ଘଟଣାର ତଦନ୍ତ ପୋଲିସ କରୁଥିବା ବେଳେ ନିଜକୁ ଏମ୍ ବି ସି ଟିଭିର ପ୍ରତିନିଧି ବୋଲି ପରିଚୟ ଦେଇ ସଦର ଥାନା ଅନ୍ତର୍ଗତ ବାଲିପଡା ବିଦ୍ୟାଳୟରେ ଦୁର୍ବ୍ୟବହାର କରୁଥିବାବେଳେ ସ୍ଥାନୀୟ ଲୋକେ କାର ଡ୍ରାଇଭର ସମେତ ୩ଜଣଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ନକଲି ସାମ୍ବାଦିକ ବୋଲି ସ୍ପଷ୍ଟ ହେବାପରେ ସମସ୍ତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫଙ୍କ ମଧ୍ୟରେ
ଦୀପକ ବାଡ଼ତ୍ୟା, ସୁନୀଲ ବଳିଆରସିଂ ଓ ତପନ ପଟନାୟକ ଥିବା ବେଳେ ସେମାନଙ୍କ ଠାରୁ ଗୋଟିଏ କାର, କ୍ୟାମେରା, ବୁମ, ନକଲି ପରିଚୟପତ୍ରକୁ ପୋଲିସ ଜବତ କରିଛି।

LEAVE A REPLY

Please enter your comment!
Please enter your name here