ସାନଖେମୁଣ୍ଡି ବିଧାୟକ ରମେଶ ଜେନା କୋର୍ଟରେ ହାଜର।

0
1274

ବ୍ରହ୍ମପୁର,୦୧/୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ)-:ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଆଜି ବ୍ରହ୍ମପୁର କୋର୍ଟରେ ହାଜର ହୋଇଛନ୍ତି। ୨୦୧୬ମସିହାରେ ସେ ଗିରଫ ହେବା ପରେ ତାଙ୍କ ବିରୋଧରେ ଏକାଧିକ ସଙ୍ଗିନ ମାମଲା ରୁଜୁ ହୋଇଥିଲା। ଦୀର୍ଘ ମାସ ଜେଲରେ ରହିବା ପରେ କୋର୍ଟରୁ ତାଙ୍କୁ ସର୍ତ୍ତ ମୂଳକ ଜାମିନ ମିଳିଥିଲା। ତେବେ ଆଜି ମୋଟ5ଟି ମାମଲାରେ ସେ କୋର୍ଟକୁ ଆସିଥିବା ବେଳେ ଦୁଇଟି ମାମଲାରେ ତାଙ୍କର ଆଜି ଜମାନବନ୍ଦୀ ଗ୍ରହଣ କରାଯାଇଥିଲା। ଆଜି କୋର୍ଟରେ ଥିବା ବିଭିନ୍ନ ମାମଲା ମଧ୍ୟରେ ବିଧବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଜମି ହଡପ ମାମଲା ସହିତ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ମାମଲା ରହିଛି। ତେବେ ଏସବୁ ମିଥ୍ୟା ମକଦ୍ଦମା ତାଙ୍କ ବିରୋଧରେ ଶାସକ ଦଳର କେବଳ ସଢଯନ୍ତ୍ର। ତାଙ୍କର ନ୍ୟାୟାଳୟ ଉପରେ ବିଶ୍ୱାସ ରହିଛି ଏଣୁ ତାଙ୍କୁ ନ୍ୟାୟ ମିଳିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here