ଗଞ୍ଜେଇ ସହ ଅଟୋ ଜବତ ୨ ଗିରଫ

0
280

କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ) ଶୀତଋତୁ ଆରମ୍ଭ ହୋଇଗଲେ ପୁଲିସ, ଅବକାରୀ, ବନ ଓ ରାଜସ୍ୱ ବିଭାଗ ପକ୍ଷରୁ ଚାଲେ ଗଞ୍ଜେଇ କଟା ଅଭିଯାନ। ବର୍ଷକୁ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରାଯାଉଥିବାବେଳେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ଗୁଡ଼ିକର ବିଭିନ୍ନ ଅଞ୍ଚଳରୁ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ସଂଗ୍ରହ କରାଯାଇ ରାଜ୍ୟ ଓ ବାହାର ରାଜ୍ୟକୁ ଚାଲାଣ ହେଉଥିବାର ବହୁ ନଜିର ରହିଛି । ତଥାପି ଏତେ ପରିମାଣର ଗଞ୍ଜେଇ ଆସୁଛି କୁଆଡୁ ? ତାହା ଏବେ ବୃଦ୍ଧିଜୀବି ମହଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟାମ ସୁନ୍ଦର ରାଓ ପ୍ରତ୍ୟକ୍ଷ ତତ୍ୱବଧାନରେ ଏସଆଇ ଓ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବାବେଳେ ସରୁକୋଈ ଘାଟିରେ ଗଞ୍ଜେଇ ସଂଗ୍ରହ କରି ମାଫିଆମାନେ ଏକ ବାଜାଜ ଟେମ୍ପୁ (OD-12C-5410) ଯୋଗେ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ପୁଲିସ୍‌ର ସନ୍ଦେହ ହେବାରୁ ଅଟୋ ଘାଟି ନିକଟରେ ଅଟକାଇ ଯାଞ୍ଚ କରିଥିଲା। ଗାଡ଼ିର ଉପର ଭାଗରେ ବିଭିନ୍ନ ରକମର ଜିନିଷ ରହିଥିବାବେଳେ ତଳେ ଗଞ୍ଜେଇ ବସ୍ତା ଗୁଡିକ ରହିଥିଲା । ଗଞ୍ଜେଇ ବସ୍ତା ଗୁଡ଼ିକୁ ପୁଲିସ ଜବତ କରି ଥାନାକୁ ନେଇଥିଲେ I ଏଥିରେ ସଂପୃକ୍ତ ଥିବା ୨ ଜଣ ଫିରିଙ୍ଗିଆ ଥାନା ଅଞ୍ଚଳର ଆକାଶ ନାୟକ, (୨0) ଘର କାଠଗରଡ଼ା ଓ ବଚନ ସାହାଣୀ(୨୬ ବର୍ଷ) ବରପଦା ଶ୍ରୀପଲା ଅଞ୍ଚଳର l ଏହି ଦୁଇ ଗଞ୍ଜେଇ ଚାଲାଣ କାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଆଇଆଇସି ଶ୍ରୀ ରାଓ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here