ଦୁଇ ପରିବାର ମଧ୍ୟରେ ଗୋଷ୍ଟି ସଂଘର୍ଷରେ ଜଣେ ମୃତ ; ୨ ଗୁରୁତର

0
488

ଜଗନ୍ନାଥ ପ୍ରଶାଦ(ନିଲୁ ବିଶୋଇ)ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା କରଡାପଲ୍ଲୀ ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟି ଯାଇଛି । ମିଳିଥିବା ସୂଚନା ମୁତାବକ ଗାଁରେ ଏକ ସାମାନ୍ୟ କଥା କୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ପ୍ରଥମେ ବଚଷା ଓ ପରେ ପରେ ହତ୍ୟା କାଣ୍ଡ ଘଟିଥିବା ଜଣାପଡିଛି। ଏଥିରେ ପ୍ରମୋଦ ବେହେରା ନାମକ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି। ଅନ୍ୟ ଦୁଇ ଜଣ ମଧ୍ୟ ଗୁରୁତର ଆହାତ ହୋଇ ପ୍ରଥମେ ଜଗନ୍ନାଥ ପ୍ରଶାଦ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଅପରପକ୍ଷରେ ପୋଲିସ ପହଁଚି ମୃତ ଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି

LEAVE A REPLY

Please enter your comment!
Please enter your name here