ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ;ଜଣେ ଗିରଫ

0
407

ଭଞ୍ଜନଗର: ଦକ୍ଷିଣାଞ୍ଚଳ ଅବକାରୀ ଉପ ଆୟୁକ୍ତ ରାଜେନ୍ଦ୍ର ଭତ୍ରା ଙ୍କ ନିର୍ଦେଶ କ୍ରମେ ବ୍ରହ୍ମପୁର ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଟେ କୁବେର ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ୟବଧାନରେ ଆସ୍କା ଅବକାରୀ ଥାନା ଅଧିକାରୀ ଧୀରେନ କୁମାର ବେହେରା ଙ୍କ ନେତୃତ୍ୱରେ ବଡଗଡ଼ ଥାନା ଅଂଚଳରେ ଏକ ମିଳିତ ଅବକାରୀ ଧରପଗଡ଼ କରାଯାଇ ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଓ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ସୂଚନା ପ୍ରକାରେ ରବିବାର ସକାଳ ସମୟରେ ଅବକାରୀ ବିଭାଗର ଏକ ମିଳିତ ଟିମ ବଡ଼ଗଡ଼ ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ ଚଢ଼ାଉ କରି ସେଠାରୁ ବିଭିନ୍ନ ବ୍ରାଣ୍ଡ ର ନକଲି ବିଦେଶୀ ମଦ ୧୭୨.୮୦୦ ଲିଟର, ବୀୟର ୧୬୫ ଲିଟର,ସ୍ପରୀଟ ୧୯ ଲିଟର,ବିଭିନ୍ନ କମ୍ପାନୀ ଲେବର ଓ ଖାଲି ବୋତଲ ୨୦୦ ଲେଖାଏଁ ଜବତ କରିଛି। ଏହି ବେଆଇନ କାରବାରରେ ସମ୍ପୁକ୍ତି ଅଭିଯୋଗରେ ରାଧାମୋହନ ସାହୁ (୪୫) ଙ୍କୁ ଗିରଫ କରାଯାଇଛି। ଚଢ଼ାଉରେ ଅବକାରୀ ଅଧିକାରୀ ହୁର୍ଦନନ୍ଦା ସାମନ୍ତ,ବିଶ୍ୱଜିତ ଦାସ,ସୁଦର୍ଶନ ବିଷୋୟୀଙ୍କ ସମେତ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ହୋଇଥିଲେ

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here