ଗଜପତି ଜ଼ିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ, ଉପକୃତ ହେବେ ଗୁମ୍ମା ଓ କାଶୀନଗର ବ୍ଲକ

0
323

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)କରୋନା ସମୟରେ ଦୀର୍ଘ ୪ ମାସ ଧରି ଦେଶ ଓ ରାଜ୍ୟ ଲକଡାଉନ ଏବଂ ସଟଡାଉନ ଭଳି ପରିସ୍ଥିତିରେ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ୱତନ୍ତ୍ର କ୍ୟାବିନେଟ ବୈଠକ ମାଧ୍ୟ୍ୟମରେ ରାଜ୍ୟର ବିକାଶ ପାଇଁ ୨୦ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛନ୍ତି l ସେଥିମଧ୍ୟରେ ଆଦିବାସୀ ଅଧୁସିତ ଗଜପତି ଜ଼ିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଗୁମ୍ମା ଓ କାଶୀନଗର ବ୍ଲକର ଜନସାଧାରଣଙ୍କ ବହୁ ଦିନର ଦାବିକୁ ଆଜି କ୍ୟାବିନେଟ ମୋହର ମାରିଛି l ଏହି ଦୁଇ ବ୍ଲକର ପ୍ରାୟ ୬୦ ହଜାର ଜନସାଧାରଣକୁ ଉତ୍ତମ ଜଳ ଯୋଗାଣ ପାଇଁ ୧୩୫ କୋଟି ଟଙ୍କା ମଂଜୁର କରିଥିବା ଯୋଗୁଁ ଗଜପତି ଜ଼ିଲ୍ଲା ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃତଜ୍ଞତା ଜ୍ଞାପନ କରାଯାଇଛି l ଏନେଇ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ କହିଛନ୍ତି ଯେ ଗଜପତି ଜ଼ିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ସୁଦ୍ଧା ୫ ସହ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ସଂପ୍ରତି ୧୩୫ କୋଟି ଟଙ୍କା ଦେଇଛନ୍ତି l ଏହି ଯୋଜନାରେ କାଶୀନଗର ବ୍ଲକର ୧୦ ଟି ପଞ୍ଚାୟତର ୮୭ ଗ୍ରାମର ୪୮ ହଜାର ଜନସାଧାରଣ ଓ ଗୁମ୍ମା ବ୍ଲକର ୪ଟି ପଞ୍ଚାୟତର ୧୬ଟି ଗ୍ରାମର ୧୨ ହଜାର ଜନସାଧାରଣ ପାନୀୟ ଜଳ ଯୋଗାଣ ପାଇପାରିବେ ବୋଲି ସାଂସଦ ସାହୁ କହିଛନ୍ତି l ଓଡିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଦକ୍ଷ ତଥା ବିଜେଡି ଜ଼ିଲ୍ଲା ସଭାପତି ଡ଼ା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ରାଜ୍ୟ କ୍ୟାବିନେଟରେ ନିଆ ଯାଇଥିବା ନିଷ୍ପତିକୁ ସ୍ୱାଗତ କରିବା ସହ ମହିଳା ଙ୍କୁ ରାତିରେ କାମ କରିବାର ସୁଯୋଗ ଦେବା ଏକ ବଡ଼ ପଦକ୍ଷେପ ବୋଲି କହିଥିଲେ l ଲକଡାଉନ ସମୟରେ ଶ୍ରମିକଙ୍କ ପାଇଁ ଓଭର ଟାଇମ ବ୍ୟବସ୍ଥା କରାଯାଇଥିବାରୁ କରୋନା ସମୟରେ ରୋଜଗାର ବଢିବ ବୋଲି ଡ଼ା.ପଟ୍ଟନାୟକ କହିଥିଲେ l ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଓଡିଶା ମୋ ପରିବାର ପକ୍ଷରୁ ଆୟୋଜନ କରାଯାଇଥିବା ରକ୍ତଦାନ ଶିବିର ବିଷୟରେ ବିବରଣୀ ରଖିଥିଲେ l କରୋନା ସମୟରେ ମୃତଦେହ ଯେପରି ଅବହେଳିତ ନହୁଏ କିମ୍ବା ରାସ୍ତାରେ ପଡିନରୁହେ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ l ସେହିକ୍ରମରେ ୧୦ ଦିନ ଭିତରେ ବ୍ରହ୍ମପୁର ସହରର ୩ଟି ଗରିବ ତଥା ଅସହାୟ ମୃତ ଦେହର ସତ୍କାର କରାଯାଇଥିଲା କରୋନା ମୁକାବିଲା ପାଇଁ ଗଞ୍ଜାମ ତଥା ବ୍ରହ୍ମପୁର ସହରରେ ସ୍ୱାସ୍ଥ୍ୟ ଭିତ୍ତିଭୁମି ସୁଦୃଢ କରାଯାଇଛି ବୋଲି ବିଧ୍ୟାୟକ ଶ୍ରୀ ପଣ୍ଡା କହିଥିଲେ l ବିଡିଏ ପୂର୍ବତନ ଅଧକ୍ଷ ତଥା ଜୀବନଵିନ୍ଦୁ କାଯ୍ୟକ୍ରମ ଜ଼ିଲ୍ଲା ସଂଯୋଜକ ସୁବାସ ମହାରଣା ନିଜ ବକ୍ତବ୍ୟରେ ରକ୍ତ ବିନା ଯେପରି କୌଣସି ରୋଗି ମରିବେନି ସେଥିପ୍ରତି ଆମେ ସଜାଗ ଅଛୁ ବୋଲି କହିଥିଲେ l ଜୀବନଵିନ୍ଦୁ କାଯ୍ୟକ୍ରମରେ ଗଞ୍ଜାମ ଜ଼ିଲ୍ଲା ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସେ ସୂଚନା ଦେଇଥିଲେ l

LEAVE A REPLY

Please enter your comment!
Please enter your name here