ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ କରୋନା ମୃତକ ପରିବାରଙ୍କୁ ସମବେଦନା

0
318

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ଆକ୍ରାନ୍ତରେ ମୃତ୍ୟୁବରଣ କରିଥିବା ପରିବାର ବର୍ଗଙ୍କୁ ଆଜି ଜିଲ୍ଲା ବିଜେପି ବରିଷ୍ଠ ନେତା କାହ୍ନୁ ଚରଣ ପତି ଭେଟି ସମବେଦନା ଜଣାଇଛନ୍ତି । ସେ ମଧ୍ୟରୁ ସିଟି ହସ୍ପିଟାଲରେ ପିପିଇ କିଟ୍ ନ ଥିବା ଦର୍ଶାଇ ଅକ୍ସିଜେନ୍ ନ ଦେବା କାରଣରୁ ମୃତ୍ୟୁବରଣ କରିଥିବା ପଙ୍କଜ ବେହେରାଙ୍କ ପରିବାର ଓ ଗଣପତି ନଗର ଦ୍ୱିତୀୟ ଲାଇନ୍‌ର ମୃତ ବସନ୍ତ ସାହୁଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ଏଭଳି ଘଟଣାକୁ ସେ ନିନ୍ଦା କରିବା ସହ ଜିଲ୍ଲାରେ କରୋନା ଚିକିତ୍ସାରେ ଅବହେଳା ଓ ପ୍ରଶାସନିକ ତ୍ରୁଟିର ଜ୍ୱଳନ୍ତ ଉଦାହରଣ ବୋଲି ସେ କହିଛନ୍ତି । ଏଥିସହ ମୃତ ପରିବାର ବର୍ଗକୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇବା ସହ ପ୍ରଶାସନିକ ଅବହେଳାରୁ ମୃତ୍ୟୁବରଣ କରିଥିବା ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ପ୍ରଦାନ ପାଇଁ ବିଜେପି ଦାବି କରିଛି । ଏଥିସହ ଗତ ୨୪ ତାରିଖରୁ ୨୮ ତାରିଖ ମଧ୍ୟରେ ଶବକୁ ନେଇ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ଅଧିକାରୀଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଛି । ଏଥିରେ ଏନ୍‌.ରାଜେନ୍ଦ୍ର କୁମାର, ପ୍ରଭାତ ଷଡ଼ଙ୍ଗୀ, କିରଣ କୁମାର ସାହୁ, ଚନ୍ଦନ କୁମାର ସାହୁ, ବିଜୟ ଗୋପାଳ ମଧୁ ସାହୁ, ଜଗଦିଶ ପ୍ରଧାନ, ରବିନ୍ଦ୍ର କୁମାର ସାହୁ, ପ୍ରଦୀପ ଗୌଡ଼ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here