ଡାଵୁଗାଁ ବ୍ଳକ ଅଧ୍ୟକ୍ଷା ହେଲେ ବିଣା ମାଝୀ

0
1182

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧ୍ୟକ୍ଷା ଭାବେ ବୀଣା ମାଝୀ ନିର୍ବାଚିତ ହୋଇଛନ୍ତି । ଏହି ପଦବି ପାଇଁ ଚଚରାଗୁଡ଼ା ପଞ୍ଚାୟତର ସମିତି ସଭ୍ୟା ତଥା ବିଜେଡି ପ୍ରାର୍ଥିନୀ ବୀଣା ମାଝୀ ଓ କଂଗ୍ରେସ ପ୍ରାର୍ଥୀ ବାଲ ଜାନିଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା । ବୀଣା ମାଝୀ ୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବାଲ ଜାନି ୩ ଖଣ୍ଡ ଭୋଟ ପାଇଥିଲେ । ଆଜି ୧୨ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୧୧ଜଣ ମତଦାନ ପାଇଁ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପରେ ଜଣେ ସମିତି ସଭ୍ୟଙ୍କୁ ନାଟକୀୟ ଢଙ୍ଗରେ ପାପଡ଼ାହାଣ୍ଡି ନିକଟରୁ ଉଦ୍ଧାର କରି ଅଣାଯିବା ପରେ ସେ ସକାଳ ୧୦ଟା ୪୦ରେ ମତଦାନ ପାଇଁ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବ୍ଲକର ୧୨ ଜଣ ସମିତି ସଭ୍ୟସଭ୍ୟାଙ୍କ ମଧ୍ୟରୁ ବିଜେଡି ସମର୍ଥିତ ୭ ଜଣ , କଂଗ୍ରେସ ସମର୍ଥିତ ୪ ଜଣ ଓ ବିଜେପି ସମର୍ଥିତ ଜଣେ ବିଜୟୀ ହୋଇଥିଲେତେବେ ଦୁଇ ଜଣ ସମିତି ସଭ୍ୟ କ୍ରସ ଭୋଟିଂ କରିବାରୁ ବୀଣା ମାଝୀ ୯ଟି ଭୋଟ ପାଇ ବିଜୟୀ ହୋଇଥିଲେ । ବୀଣା ମାଝୀ ବିଜୟୀ ଘୋଷିତ ପରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର , ସାଂସଦଙ୍କ ପ୍ରତିନିଧି ଏମ . ଆପ୍ପା ରାଓ , ବିଧାୟକ ପ୍ରତିନିଧି ଏମ . ବୁଲୁ ରାଓ , ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି ରାମାରାଓ ଚୌଧୁରୀ , ବ୍ଲକ ଯୁବ ବିଜେଡି ସଭାପତି ଟି . ଜଗୁନୁ ବାବୁ , କୈଳାସ ବିଶୋଇ , ଗୁପ୍ତ ବିଶୋଇ ପ୍ରମୁଖ ନେତା ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଥିଲେ । ପରେ ସମର୍ଥକମାନେ ବୀଣା ମାଝୀଙ୍କୁ ଶୋଭାଯାତ୍ରାରେ ଡାବୁଗାଁ ନଗର ପରିକ୍ରମା କରାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ଼ାବୁଗାଁ ପଞ୍ଚାୟତ ସଭାପତି ଜି . ପ୍ରକାଶ ରାଓ , ଶିବ ପ୍ରସାଦ ମିଶ୍ର , ଭଗବାନ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ:ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here