ଦଦରଲୁଣ୍ଡା ରେ ବୋମା ମାଡ଼ ; ଜଣେ ମୃତ

0
697

ଭଞ୍ଜନଗର(ନିଲୁ ବିଶୋଇ)ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରଲୁଣ୍ଡା ଗ୍ରାମରେ ରାତି ପ୍ରାୟ ୮ ଟା ସମୟରେ ବୋମା ମାଡ଼ ହୋଇଛି। ଏଥିରେ ଗ୍ରାମର କିଛି ଜଣ ଆହତ ହୋଇଥିବା ଜଣାପଡିଛି। ଜଣେ ଗୁରୁତର ଯୁବକ ମେଡିକାଲ ରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତା ରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ଗତକାଲି ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଫଳରେ ଯୁକ୍ତିଯୁକ୍ତ ଉଗ୍ର ରୂପ ଧାରଣ କରିବା ସହ ବୋମା ମାଡ଼ ହୋଇଥିଲା। ଏହି ବୋମା ମାଡ଼ କୃଷ୍ଣ ଗୌଡ଼ ନାମକ ଜଣେ ଯୁବକ ଗୁରୁତର ଅବସ୍ଥାରେ ଭଞ୍ଜନଗର ଉପଖଣ୍ଡ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଗୁରୁତର ହେବାରୁ ତାକୁ ଡାକ୍ତର ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରିଥିଲେ। ହେଲେ ୧୦୮ ଯୋଗେ ବ୍ରହ୍ମପୁର ନେବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ଦୁଇ ଗୋଷ୍ଠୀ ର ଆଉ କିଛି ଯୁବକ ଏଥିରେ ଆହତ ହୋଇଥିବା ଜଣାପଡିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି

LEAVE A REPLY

Please enter your comment!
Please enter your name here