ଅସହାୟର ସହାୟ ହେଲେ ମାନ୍ୟବର ବିଧାୟକ ବିକ୍ରମ ପଣ୍ଡା

0
325

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଆଜି ବ୍ରହ୍ମପୁର ବଡ ମେଡିକାଲରେ କବିତା ଭୂୟାଁ ନାମକ ମହିଳାଙ୍କର ମୃତ୍ୟୁ ଘଟିଥିଲା ।ସେ ହରିଡାଖଣ୍ଡୀ ନିକଟସ୍ଥ ଧର୍ମନଗର ଅଞ୍ଚଳର ବାସିନ୍ଦା ଥିଲେ ଏବଂ ବହୁ ଦିନ ହେଲା ରୋଗାଗ୍ରସ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଥିଲା । ତାଙ୍କର ଛୋଟ ଛୋଟ ପୁଅ ଝିଅ ଅଛନ୍ତି ଏବଂ ସ୍ୱାମୀ କିଛି ବର୍ଷ ପୂର୍ବରୁ ମୃତ୍ୟୁ ବରଣ କରିଥିବା ମଧ୍ୟ ଜଣାପଡିଥିଲା । ସାହି ବାସିନ୍ଦାମାନେ ଫୋନ ଦ୍ବାରା ବ୍ରହ୍ମପୁର ବିଧାୟକ ଙ୍କୁ ଜଣାଇଥିଲେ ।ଏହିଦୁଃଖଦାୟକ ଖବର ପାଇ ଓଡିଶା ମୋ ପରିବାର ତରଫରୁ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ନିଜେ ଉପସ୍ଥିତ ରହି ଉକ୍ତ ମହିଳାଙ୍କ ଦାହ ସଂସ୍କାର କରାଇଥିଲେ l ବିଧାୟକଙ୍କ ମାନବିକତା କାର୍ଯ୍ୟକୁ ସାହି ବାସିନ୍ଦାଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here