ମୁଖ୍ୟ ରାସ୍ତା ର ଡ୍ରେନ ଚୋରି ହୋଇଯାଇଛି ; ପ୍ରଶାସନ ନିରବ

0
349

ପାରଳାଖେମୁଣ୍ଡି (ନ୍ୟୁଜଏକ୍ସଟ୍ରା) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୈରପରିଷଦର ସହରାଞ୍ଚଳ ମୁଖ୍ୟ ରାସ୍ତାକୁ ରାସ୍ତା ସଂପ୍ରସାରଣ କରିବାକୁ ଗଜପତି ରାସ୍ତା କୋଠାବାଡ଼ି ବିଭାଗ କୁ ଉକ୍ତ ରାସ୍ତାଟି ହସ୍ତାନ୍ତର କରିଥିଲେ। ସେହି ରାସ୍ତା ସଂପ୍ରସାରଣ କରିବାକୁ ଆନୁମାନିକ ୩୦ରୁ୩୫କୋଟି ଟଙ୍କାର ଟେଣ୍ଡର ହୋଇ କାର୍ଯ୍ୟାଦେଶ ଦେଇ କାର୍ଯ୍ୟ ଆଦେଶ ନାମାନୁସାରେ ଧାର୍ଯ୍ୟ ହୋଇଥିବା ଦିନ ମଧ୍ୟ ସରିଗଲା, କିଛି ଦିନ ତଳେ ବିଭାଗୀୟ କର୍ତୁପକ୍ଷ ପକ୍ଷରୁ ଜବର ଦଖଲ ଉଛେଦ କରାଯାଇଥିଲା ଯାହା କି ସମୁଦ୍ର କୁ। ସଂଙ୍କେ ପାଣି ହିସାବ।ଜବର ଦଖଲ ଉଛେଦ ପରେ ସାଧାରଣ ଲୋକଙ୍କ କହିବା ଅନୁସାରେ କିଛି ଦିନ ପରେ ଲାଇଟ୍ ଆମ୍ବ ଗୁଡ଼ିକ ପୋତା ଗଲା।ଆଉ କିଛି ପରେ ରାତା ରାତିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଇପ୍ ପୋତା ହେବା ବୋଲି ସୁଣିଲୁ ଯାହା କି ରାତିରେ ରାସ୍ତା ଦୁଇ ପାର୍ଶ୍ଵରେ ନାଳ ଥିବା ବେଳେ ଗୋଟିଏ ପାର୍ଶ୍ୱରେ ନାଳ ପୋତା ସୋଇଥିବା ବେଳେ ଅନ୍ୟ ପାର୍ଶ୍ବର ନାଳ ଚୋରି ହୋଇଜାଇଛି ବୋଲି ସେଠାକାର ଲୋକେ ଅଭିଯୋଗ କହୁଛନ୍ତି। ବର୍ତମାନ ସର୍ବସାଧାରଣ ଙ୍କ କହିବା ଅନୁସାରେ ଏହି କୋଠାବାଡ଼ି ଓ ରାସ୍ତାଘାଟ ବିଭାଗ ପକ୍ଷରୁ କରାଯାଇଥିବା ରାସ୍ତା ସଂପ୍ରସାରଣ ପାଇଁ ଜବରଦଖଲ ଉଚ୍ଛେଦ କରାଯିବା ପରେ ଆଜି ପର୍ଯ୍ୟନ୍ତ କୈାଣସି ପ୍ରକାର କାର୍ଯ୍ୟକ୍ରମ କରାଯାଉନଥିବା ନେଇ ରାସ୍ତା କଡର ନାଳ ଚୋରି ହୋଇଜାଇଛି। ତାହା ହେଲେ ଆଗାମୀ ଦିନରେ ଅଦୀନବର୍ଷା , କାଳବୈଶାଖୀ ବର୍ଷା ହେଲେ ଏଠାକାର ସାଧାରଣ ଲୋକଙ୍କ ଓ ବ୍ୟବସାୟ ପ୍ରତିଷ୍ଠାନ ର ପରିସ୍ଥିତି କ’ଣ ହେବ ଏଥିପାଇଁ ପ୍ରଶାସନିକ ଦାଇତ୍ୱ ନାହିଁ ବୋଲି ଏଠାକାର ଲୋକଙ୍କ ଆଲୋଚନା ଦେଖିବାକୁ ମିଳିଛି। ଏବଂ ଏହି ନାଳ, ରାସ୍ତା ସଂପ୍ରସାରଣ କାର୍ଯ୍ୟକୁ ଆଗାମୀ ଦିନରେ ସଂପୂର୍ଣ୍ଣ ନହେଲେ ଜନାଆନ୍ଦଳନ କରାଯିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳିଛି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here