ମାଆ କୋଳେ ଛୁଆ

0
683

ମାଆ-ଜନମିଲୁ ଯେବେ ଧନ ମୋ ଜଠରୁ
ଦୁଃଖ ଗଲା ପାଇଲି କେତେ ସୁଖରେ
ଏଡିକିରୁ ତୋତେ ଏଡୁଟେ କଲିରେ
ନାନା ଝଡଝଞା ସହି ତୋ ପାଇଁରେ ॥
ଡାକିଦେଲୁ ତୁହି ଦୁଇ ଅକ୍ଷରରେ
ମାଆ ପଦ କେତେ ଅବା ଶରଧାରେ
ସେହି ଦିନଠାରୁ ସେ ଡାକଟି ପାଇଁ
ମନ ଝୁରୁଥାଏ ମୋ ନିତିନିତିରେ ॥
ଯେବେ ଧନ ହେଲୁ ତୁହି ପାରିବାର
ଭାବିଲି ଆସିଲା ସୁଖ ଯେ ଏଥର
ବୋହୁଟିଏ ଖଞି ଦେଲି ତୋ ସାଥିରେ
ରହିବା ଆମେ ସବୁ ସୁଖଶାନ୍ତିରେ ॥

ପୁଅ-ଧନ୍ୟ ମୁଁ ମଣୁଛି ନିଜକୁ ମାଆଲୋ
ତୋ ପରି ମାଆଟିଏ ପାଇଛି ବୋଲି
ଧନ୍ୟ ସେ ବିନ୍ଧାଣୀ ଠାକୁରଙ୍କୁ ଦେବି
କରୁଣାମୟୀ ମାଆ ଦେଇଛି ବୋଲି॥
ଏନ୍ତୁଡିଶାଳରୁ ଏଯାଏଁ ବୁଝିଲୁ
ମୋକଥା ଖାଲି ତୁ ଯେ ଘଡିଘଡିକେ
ଆଉ ନୁହଁ ମା ତୁ ମୋ ଯତନ ନେବା
ଏଥର ବୁଝିବି ତୋତେ ମୁଁ ମଲାଯାଏଁ ॥

ଦିପ୍ତୀଲେଖା ମିଶ୍ର,ବ୍ରହ୍ମପୁର

LEAVE A REPLY

Please enter your comment!
Please enter your name here