କରୋନା ରୋକିବାକୁ ଶପଥ ନେଲ ସବୁ ଜିଲ୍ଲାର ସରପଞ୍ଚ

0
383

ଭୁବନେଶ୍ୱର:କରୋନା ମୁକାବିଲା ନେଇ ରାଜ୍ୟର ସରପଞ୍ଚମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରି ଶପଥ କରାଇଛନ୍ତି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସରପଞ୍ଚମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।ଏହି ଅବସରରେ ସରପଞ୍ଚମାନେ ଗାଁରେ କରୋନାକୁ ପଶେଇ ନ ଦେବାକୁ ଶପଥ ନେଇଛନ୍ତି। ଗାଁରେ ବାହାରୁ ଆସୁଥିବା ଲୋକଙ୍କୁ ସଂଗରୋଧରେ ରଖିବାକୁ ସରପଞ୍ଚମାନେ ଶପଥ ନେଇଛନ୍ତି । ସେମାନଙ୍କ ରହିବା, ଖାଇବା ଓ ଚିକିତ୍ସାର ଉଚିତ ବ୍ୟବସ୍ଥା କରାଯିବ । କରୋନାକୁ ରୋକିବା ପାଇଁ ସରକାରଙ୍କ ସବୁ ପଦକ୍ଷେପକୁ କଡ଼ାକଡ଼ି ଭାବେ ପାଳନ କରାଯିବ । କରୋନା ରୋକିବା ପାଇଁ ଦିଆଯାଇଥିବା ଦାୟିତ୍ୱ ଓ ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ପାଳନ କରିବାକୁ ସରପଞ୍ଚମାନେ ଶପଥ ନେଇଛନ୍ତି।ସୂଚନାଯୋଗ୍ୟ, କରୋନାକୁ ରୋକିବା ଲାଗି ସରପଞ୍ଚ, ଓ୍ବାର୍ଡ ମେମ୍ବର୍ ଓ ଆଶାକର୍ମୀଙ୍କୁ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ନୂଆ ନୂଆ ରଣନୀତିମାନ ଗ୍ରହଣ କରାଯାଉଛି । ଇତିମଧ୍ୟରେ କରୋନା ମୁକାବିଲା ରାଜ୍ୟର ସମସ୍ତ ସରପଞ୍ଚଙ୍କୁ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here