ବ୍ରହ୍ମପୁର ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ ଛିଞ୍ଚନ

0
291

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) କରୋନା ପଜିଟିଭ ସଂଖ୍ୟା ବୁଦ୍ଧି ପାଉଥିବା ପରିପ୍ରେକ୍ଷୀରେ ପ୍ରତିଦିନ ଭଳି ବ୍ରହ୍ମପୁର ଅଗ୍ନିଶମ ବିଭାଗ ତରଫରୁ ଆଜି ସହରର ବିଭିନ୍ନ ଅଞ୍ଚଳରେ ବିଶୋଧନ ଛିଞ୍ଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବହୁ କର୍ମଚାରୀ ଶୁକ୍ରବାର ଅମିତ୍ ହସ୍ପିଟାଲ, ସିଟି ହସ୍ପିଟାଲ, ବିଜୁପଟ୍ଟନାୟକ ହୋମିଓପାଥିକ କଲେଜ, ବଡ଼ ମେଡ଼ିକାଲ କୋଭିଡ଼ ଟେଷ୍ଟିଂ ସେଣ୍ଟର, ଟାଟା କୋଭିଡ଼ ହସ୍ପିଟାଲ, ପାରଳା ମହାରାଜା କୋଭିଡ଼ ହସ୍ପିଟାଲ, ପଶୁ ଚିକିତ୍ସାଳୟ ସମେତ ସହରର ବିଭିନ୍ନ ୱାର୍ଡ ତଥା ୱାର୍ଡ ନମ୍ୱର-୬, ୧୬, ୨୫, ୩୨ ସହ ଫାଷ୍ଟ ଗେଟ, ଗାୟତ୍ରୀ ନଗର, ପାଣିଗ୍ରାହୀ ନଗର, ଦୁଡୁମା କଲୋନୀ, ଓମ ନଗର ସୋଡିୟମ୍ ହାଇପୋ କ୍ଲୋରାଇଡ୍ ଛିଞ୍ଚନ କରାଯାଇଥିଲା । ପରେ ଲାଞ୍ଜୀପଲ୍ଲୀ ତୋଳ ରେଡ୍ଡୀକା ସାହିରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ଗତକାଲି ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ସ୍ତ୍ରୀ ଓ ପରିବାର ବର୍ଗ ଗୁରୁତର ଥିବାରୁ କୌଣସି ବସତ୍ ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳେ ପହଞ୍ଚି ସୋଡିୟମ୍ ହାଇପୋ କ୍ଲୋରାଇଡ୍ ଛିଞ୍ଚନ କରାଯାଇଥିଲା। କିଛି ସ୍ବେଚ୍ଛାସେବୀ ଓ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଛିଞ୍ଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ବେଚ୍ଛାସେବୀ ୱାର୍ଡ ନମ୍ୱର-୨୫ର ଧିରେଶ୍ ସାବତ, ୱାର୍ଡ ନମ୍ୱର ୩୬ର ବାଳକୃଷ୍ଣ ରେଡ୍ଡୀ ଓ ୱାର୍ଡ ନମ୍ୱର ୬, ୧୬, ୩୨ର ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ବିଶୋଧନ ଛିଞ୍ଚନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆଗାମୀ ଦିନରେ ମଧ୍ୟ ଏପରି ଛିଞ୍ଚନ କାର୍ଯ୍ୟକ୍ରମ ଜାରି ରହିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here