ଜିଲ୍ଲାର ମୋଟ ୭ଗୋଟି ବ୍ଲକ ଅଧ୍ୟକ୍ଷ ପଦବୀ ବିଜେଡି ବାଜିମାରିଛି

0
304

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବ୍ଲକ ସଭ୍ୟ ନିମନ୍ତେ ବିଜେଡି ଉପରେ ସଫଳତା ହାସଲ କରି ଚାଲିଛି । ଜିଲ୍ଲାରେ ଜିଲ୍ଲାପରିଷଦ ମୋଟ ୧୪ଗୋଟି ଆସନରୁ ୧୧ଗୋଟିରେ ବାଜିମାରିନେଇ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦବୀ ମଧ୍ୟ ଅକ୍ତିଆର କରିନେଇଛି । ଗତକାଲି ଶନିବାର ଦିନ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହୋଇଥିଲା । ଜିଲ୍ଲାର ସମସ୍ତ ୭ଗୋଟି ବ୍ଲକ ଯଥା ଗୁମ୍ମା, କାଶୀନଗର, ଆର୍‌.ଉଦୟଗିରି, ରାୟଗଡ, ନୂଆଗଡ, ଗୋଷାଣୀ ଓ ମୋହନା ଠାରେ ନିର୍ଦ୍ଧାରିତ ସମୟ ଅନୁଯାୟୀ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ଲାଗି ପ୍ରଥମେ ନାମାଙ୍କ ପତ୍ର ଦାଖଲ ଓ ଏହାର କିଛି ସମୟ ମଧ୍ୟରେ ପ୍ରାର୍ଥିପତ୍ର ଯାଞ୍ଚ ଓ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ଏହାପରେ ସମିତି ସଭ୍ୟ/ସଭ୍ୟା ମାନଙ୍କ ଉପସ୍ଥିତିରେ ନିର୍ବାଚନ ହୋଇଥିଲା । ତେବେ ଗୁମ୍ମା, କାଶୀନଗର ଓ ଆର୍‌.ଉଦୟଗିରି ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ଲାଗି ବିଜେଡିର ପ୍ରାର୍ଥୀ/ପ୍ରାର୍ଥିନୀଙ୍କ ବ୍ୟତୀତ ଆଉ କେହି ନାମାନଙ୍କ ଭରିନଥିବାରୁ ସେମାନେ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ହାସର କରିଛନ୍ତି । ସୂଚନା ପ୍ରକାରେ ଗୁମ୍ମା ବ୍ଲକରେ ସୁନେମୀ ମଣ୍ଡଳ, କାଶୀନଗର ବ୍ଲକରେ ବାଲା ସାୟାମ୍ମା, ଆର୍‌.ଉଦୟଗିରି ବ୍ଲକରେ ଲକ୍ଷ୍ମୀନାରାୟଣ ଶବର ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ହାସଲ କରିଥିବା ବେଳେ ରାୟଗଡାରେ ପୂର୍ଣ୍ଣବାସୀ ନାୟକଙ୍କୁ ଟକ୍କର ଦେଇଥିଲେ ମିଥିଳା ଦେବୀ । ହେଲେ ମୋଟ ୨୧ଖଣ୍ଡ ଭୋଟ ମଧ୍ୟରୁ ପୂର୍ଣ୍ଣବାସୀଙ୍କୁ ୧୮ଗୋଟି ଭୋଟ ମିଳିଥିବା ବେଳେ କେବଳ ୩ଗୋଟି ଭୋଟ ମିଥିଳାଙ୍କ ସପକ୍ଷରେ ଯାଇଥିଲା । ସେହିପରି ନୂଆଗଡ ବ୍ଲକରେ ମାଳତୀ ପ୍ରଧାନଙ୍କ ପ୍ରତିଦ୍ୱନ୍ଦୀ ଥିଲେ ଅର୍ଚ୍ଚନା ମଣ୍ଡଳ । ହେଲେ ମାଳତୀ ୧୨ଖଣ୍ଡ ଭୋଟ ପାଇ ବିଜୟ ହାସଲ କରିଥିବା ବେଳେ ଅର୍ଚ୍ଚନାଙ୍କୁ ୭ଗୋଟି ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଗୋଷାଣୀ ବ୍ଲକରେ ମୋଟ ୨୧ଖଣ୍ଡ ଭୋଟ ମଧ୍ୟରୁ ବିଜେଡିର ଏନ୍‌.ବୀରରାଜୁ ୧୩ଖଣ୍ଡ ଭୋଟ ପାଇ ବିଜୟୀ ହାସଲ କରିଥିବା ବେଳେ ପ୍ରତିପକ୍ଷ ତଥା ବିଜେଡିର ଅନ୍ୟଜଣେ ଅଶାୟୀ ପ୍ରାର୍ଥୀ ବି.ଧନଞ୍ଜୟଲୁ ୮ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିଲେ । ଜିଲ୍ଲା ସବୁଠାରୁ ବଡ ବ୍ଲକ ମୋହନାରେ ମଧ୍ୟ ବିଜେଡି ପ୍ରାର୍ଥୀ ରଂଜୀବ ଶବର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କାର୍ତ୍ତୀକ ଶବରଙ୍କୁ ୧୭ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ରଂଜୀବ ୨୮ଖଣ୍ଡ ଭୋଟ ପାଇଥିବା ବେଳେ କାର୍ତ୍ତୀକ ୧୧ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିବାର ସୂଚନା ମିଳିଛି।
ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here