୧୧ ନଂ ୱାର୍ଡ଼ କରୋନା ସଚେତନତା କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଜିଲ୍ଲାପାଳ

0
368

ବୁଗୁଡା(ଅନିଲ କୁମାର ମହାରଣା) ଭଞ୍ଜନଗର ଉପଜିଲ୍ଲାପାଳ ଅଚାନକ ବୁଗୁଡା ଗସ୍ତରେ ଆସି ୧୧ ନଂ ୱାର୍ଡ଼ର କରୋନା ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣାପଡିଛି। ଭଞ୍ଜନଗର ଉପଖଣ୍ଡ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଅଚାନକ ବୁଗୁଡା ଗସ୍ତରେ ଆସି ସହରର ବିଭିନ୍ନ ଅଞ୍ଚଳକୁ ବୁଲି ଅନୁଧ୍ୟାନ କରିଥିଲେ। ଏହି ଅବସରରେ ବୁଗୁଡା ଏନଏସିର ୧୧ ନଂ ୱାର୍ଡ଼ରେ ଅନୁଷ୍ଠିତ କରୋନା ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କୁ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ, କରୋନା ସଂକ୍ରମଣରୁ କିପରି ମୁକ୍ତି ପାଇପାରିବ ବୁଝାଇବା ସହ ସମସ୍ତେ କୋଭିଡ ନିୟମକୁ ପାଳନ କରିବାକୁ ଅନୁରୋଧ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଏନଏସି କର୍ମଚାରୀ ବୃନ୍ଦ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here