କ୍ରିକେଟ ଟୁର୍ନାମେଣ୍ଟ କରି ତଣ୍ଡ ଗଣିଲେ ଅମାନିଆ

0
355

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ଗଞ୍ଜାମ ଜିଲ୍ଲା ରେ କରୋନା ମହାମାରୀ ଦିନ କୁ ଦିନ କାୟା ବିସ୍ତାର କରୁଥିବା ବେଳେ ହିଞ୍ଜିଳି ଥାନା ତଥା ପୁରୁଷୋତ୍ତମପୁର ବ୍ଲକ ଅନ୍ତରିଗାଁ ରେ ରବିବାର ଦିନ କରୋନା କଟକଣା କୁ ଉଲ୍ଲଙ୍ଗନ କରି ଗ୍ରାମର ଶତାଧିକ ଯୁବକ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ କରିଥିଲେ l ଏବଂ ଜିଲ୍ଲାପାଳ କ୍ଷମତା ପ୍ରାପ୍ତ ସରପଞ୍ଚ ଏହି କ୍ରିକେଟ ଟୁର୍ନାମେଣ୍ଟ ର ଉଦଘାଟନ କରିଥିଲେ l ଏନେଇ ହିଞ୍ଜିଳି ଥାନା କୋଭିଡ଼ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗ ରେ ହିଞ୍ଜିଳି ଥାନା କେସ ନଂ ୨୬୩/୨୦ ରେ ଏକ ମାମଲା ରୁଜୁ କରି ୨୧୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଆଇଆଇସି ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here