ଏମ୍.‌କେ.ସି.ଜି ମେଡିକାଲର ବିଭିନ୍ନ ସମସ୍ୟାକୁ ନେଇ ‘ପିପୁଲ୍ ଫର ଦି ପବ୍ଲିକ୍’ ତରଫରୁ ଆରଡିସିଙ୍କୁ ସ୍ମାରକ ପତ୍ର

0
343

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ସମ୍ପ୍ରତି କରୋନା ମହାମାରୀ ଯୋଗୁଁ ଲୋକଙ୍କ ସ୍ବାସ୍ଥ୍ୟ ଗତ ସମସ୍ୟା ଦିନକୁ ଦିନ ବିଗିଡିବାରେ ଲାଗିଛି । ଯେତେ ସବୁ ସରକାରଙ୍କ ରିପୋର୍ଟ ଆସୁଛି ପ୍ରାୟ ଲୋକ କୋଭିଡ ପରିବର୍ତ୍ତେ ଅନ୍ୟାନ୍ୟ ରୋଗ ରେ ଅଧିକା ଆକ୍ରାନ୍ତ କିମ୍ବା ପୁରୁଣା ରୋଗରେ ମୃତ୍ୟୁବରଣ କରୁଛନ୍ତି । ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ଠାରେ ସମ ସ୍ଥିତି ଉପୁଜିଛି । ତା’ର ମୁଖ୍ୟ କାରଣ ବ୍ରହ୍ମପୁର ଠାରେ ଅବସ୍ଥିତ ଦକ୍ଷିଣ ଓଡ଼ିଶା ର ଏକମାତ୍ର ରେଫେରାଲ ଚିକିତ୍ସାଳୟ ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲ । ଯେଉଁ ଠାରେ କି କାଜ୍ୟୁଆଲ୍ଟି ଓ ଓପିଡି ସହ ଇଣ୍ଡୋର ଚିକିତ୍ସା ବ୍ୟବସ୍ଥା ବନ୍ଦ ହୋଇ ରହିଛି । ରୋଗ ଅନୁଯାୟୀ ଅଭିଜ୍ଞ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ଷ୍ଟାଫମାନଙ୍କୁ ଅନ୍ୟ ସ୍ଥାନରେ ନିୟୋଜିତ କରିଦେଇଛନ୍ତି । ଯା ଦ୍ବାରା ବହୁ ରୋଗୀ ଉପଯୁକ୍ତ ଚିକିତ୍ସା ତୁରନ୍ତ ଓ ଠିକ୍ ସମୟରେ ନ ପାଇ ମୃତ୍ୟୁ ର ଶିକାର ହେଉଛନ୍ତି । ଯାହା ନିକଟ ଅତୀତରେ ସମସ୍ତଙ୍କ ନଜରକୁ ଆସିଛି ଯାହା ଜିଲ୍ଲା ବାସୀ ଙ୍କ ମାନସିକ ଯନ୍ତ୍ରଣା ଦେବା ସହ ଏକ ପ୍ରକାରର ଭୟ ସୃଷ୍ଟି କରିଛି । ତେଣୁ *ପିପୁଲ୍ ଫର ଦି ପବ୍ଲିକ୍* ତରଫରୁ ଜିଲ୍ଲାର ବର୍ତ୍ତମାନ ପରିସ୍ଥିତି କୁ ଦୃଷ୍ଟିରେ ରଖି ଦକ୍ଷିଣାଞ୍ଚଳ ରାଜସ୍ୱ ଆୟଗ ତଥା ଏମ୍.କେ.ସି.ଜି. ମେଡିକାଲ କଲେଜ ଓ ହସପିଟାଲ ର ଅଧ୍ୟକ୍ଷ ଙ୍କୁ ଏକ ମେମୋରଣ୍ଡମ୍ ମାଧ୍ୟମରେ ନିମ୍ନଲିଖିତ ବିଷୟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅପିଲ କରାଯାଇଛି –
୧) ତୁରନ୍ତ କାଜ୍ୟୁଆଲ୍ଟି ଓ ଓପିଡି ଖୋଲିବା ସହ ଇଣ୍ଡୋର ରେ ଚିକିତ୍ସା ବ୍ୟବସ୍ଥା କରାଯାଇ ବହୁ ମୂଲ୍ୟବାନ ଜୀବନ ବଞ୍ଚାଇବା ।
୨) ଯେଉଁ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ଷ୍ଟାଫମାନଙ୍କୁ ତୁରନ୍ତ ବଡ଼ ମେଡ଼ିକାଲକୁ ଫେରାଇ ଆଣିବା ବ୍ୟବସ୍ଥା କରାଯାଉ ।
୩) କରୋନା ରେ ଆକ୍ରାନ୍ତ ହୋଇଥିବା ରୋଗୀ ମାନଙ୍କୁ ପୋଜିଟିଭ୍ ଓ ନେଗେଟିଭ ରିପୋର୍ଟ ଦେବା ବ୍ୟବସ୍ଥା କରାଯାଉ ଯା ଦ୍ବାରା କରୋନା ଆକ୍ରାନ୍ତ ହୋଇନଥିବା ରୋଗୀ ମାନେ ଉପଯୁକ୍ତ ଚିକିତ୍ସା ପାଇପାରିବେ । ଏହି ପ୍ରମାଣ ପତ୍ର ନଥିବା ହେତୁ ସାଧାରଣ/ଅନ୍ୟ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ କୈାଣସି ଚିକିତ୍ସାଳୟ ଚିକିତ୍ସା କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି ଯାହା ମୃତ୍ୟୁ ର କାରଣ ହେଉଛି ।
୪) ସରକାରୀ ଚିକିତ୍ସାଳୟ ସ୍ତରରେ କରୋନା ଟେଷ୍ଟ ହେଉଥିବା ଯୋଗୁଁ ତଥ୍ୟ ମିଳିବାରେ ବହୁ ସମୟ ଲାଗିଯାଉଛି । ତେଣୁ ବେସରକାରୀ କ୍ଲିନିକ୍ (ଯେଉଁ ମାନେ ଏନ.ଏ.ବି.ଏଲ୍ ସ୍ବୀକୃତି ପ୍ରାପ୍ତ ପ୍ରମାଣପତ୍ର ଧାରୀ) ମାନଙ୍କୁ ମଧ୍ୟ ଏହି ଟେଷ୍ଟ କାର୍ଯ୍ୟ ରେ ନିୟୋଜିତ କରାଗଲେ, ସରକାରୀ ଟେଷ୍ଟ ଲାବ ଉପରେ ମଧ୍ୟ ଭାର କମ ପଡ଼ିବ ଏବଂ ସର୍ବସାଧାରଣ ଙ୍କ ମଧ୍ୟରେ ଭରସା ବଢିବ ଓ ବହୁ ରୋଗୀ ଉପକୃତ ହୋଇପାରିବେ ।
ଏହି ଦାବୀ ପତ୍ର ଦେବା ସମୟରେ ପିପୁଲ ଫର ଦି ପବ୍ଲିକ୍ ର ସଭାପତି ଡ଼ଃ. ସୁବ୍ରତ କୁମାର ସାହୁ, ସମ୍ପାଦକ ତଥା ଆଇନଜୀବୀ ସତୀଶ କୁମାର ପାଣିଗ୍ରାହୀ, ମୁଖ୍ୟ ସଂଯୋଜକ ତଥା ବରିଷ୍ଠ ସାମ୍ବାଦିକ ହେମାଙ୍ଗ ପ୍ରସାଦ ରାଉଳ, ଉପ ସଭାପତି ସନତ ପଣ୍ଡା, ଗୌରାଙ୍ଗ ଚୌଧୁରୀ, ଉପଦେଷ୍ଟା ଲୋକନାଥ ମିଶ୍ର, ଇଂ. ଭାସ୍କର ବେହେରା, ଆଇନଜୀବୀ ତ୍ରିପତି ପ୍ରସାଦ ସାହୁ, ସାମ୍ବାଦିକ ବିଶ୍ଵନାଥ ମାରଣା, ପ୍ରଦୀପ କୁମାର ସାହୁ, ଡ଼ଃ. ସନ୍ତୋଷ କୁମାର ଦାଶ, ପି. କୁନା ସେନାପତି, ଲୁନା ପରିଡା, ଅସିତ ପଣ୍ଡା, ଦିନେଶ ପଟନାୟକଙ୍କ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here