ଦ୍ବାଦଶ ଆଦିତ୍ୟ ମହାଯଜ୍ଞ ସକାଶେ ବନଜାଗ

0
126

ଦିଗପହଣ୍ଡି : ଆସନ୍ତା ଜାନୁୟାରୀ ମାସ ୧୭ ଠାରୁ ୨୦ ତାରିଖ ଅର୍ଥାତ୍ ୪ ଦିନ ବ୍ୟାପୀ ବଡଖେମୁଣ୍ଡି ତାଲୁକା ଆଙ୍କୋରଡା ପଞ୍ଚାୟତ ଚାଞ୍ଚଡାପଲ୍ଲୀ ଗ୍ରାମରେ ବିଶ୍ବ କଲ୍ୟାଣ ସକାଶେ ଆୟୋଜିତ ହେବାକୁ ଥିବା ଦ୍ବାଦଶ ଆଦିତ୍ୟ ମହାଯଜ୍ଞ ନିମନ୍ତେ ରବିବାର ଦିନ ବନଜାଗ କାର୍ଯ୍ୟ ହୋଇଯାଇଛି । ଗୁରୁକୃପା ପୂଜା ଅନୁଷ୍ଠାନର ପଣ୍ଡିତ ଭବାନୀ ଶଙ୍କର ତ୍ରିପାଠୀଙ୍କ ପୌରହିତ୍ୟରେ ଅନ୍ୟାନ୍ୟ ପଣ୍ଡିତ ବୃନ୍ଦ ଏବଂ ଯଜ୍ଞ ପରିଚାଳକ କମିଟି ଓ ବହୁ ମହିଳା ଓ ପୁରୁଷ ଯୋଗଦେଇ ବିରାଟ ପଟୁଆରରେ ଦିଗପହଣ୍ଡି ଗୁପ୍ତେଶ୍ୱର ଶୈବପୀଠରୁ ଦାରୁ ସଂଗ୍ରହ ନିମନ୍ତେ ଶୋଭାଯାତ୍ରାରେ ଯାଇଥିଲେ । ସେଠାରେ ପୂଜାର୍ଚ୍ଚନା ପରେ ଦାରୁକୁ ସଂକୀର୍ତ୍ତନ , ଢ଼ୋଲ୍ , ବାଦ୍ୟ ବାଦନ ସହକାରେ ଶଗଡ଼ ରଥରେ ନଗର ପରିକ୍ରମା କରି ଯଜ୍ଞ ପୀଠରେ ହୋମଯଜ୍ଞ ପରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା । ଯଜ୍ଞ କମିଟି ସଭାପତି ଭି. ରବିନାରାୟଣ ରାଜୁ, ସମ୍ପାଦକ ଭାବେ ବି.କ୍ରିଷ୍ଣାରାଓ ସୁବୁଦ୍ଧି, ସହସମ୍ପାଦିକା ନିରୂପମା ପଟ୍ଟନାୟକ ଏବଂ କୋଷାଧ୍ୟକ୍ଷ ଭାବେ ରାମନାଥ ବିଷୋୟୀ ସମେତ ବହୁ ଯଜ୍ଞ କମିଟି ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here