ଭଞ୍ଜନଗର ବି.ଆର୍.ସି.ସି ହୃଷିକେଶ ସ୍ବାଇଁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

0
296

ଭଞ୍ଜନଗର : ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଓ ସି.ଆର୍.ସି.ସି ମାନଙ୍କ ତରଫରୁ ପ୍ରିୟ ଏ.ବି.ଇ.ଓ ତଥା ବି.ଆର୍.ସି.ସି ହୃଷିକେଶ ସ୍ବାଇଁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ା ଏହି ଅବସରରେ ବି.ଇ.ଓ ଏସ୍ ଧନଞ୍ଜୟ,ଏ.ବି.ଇ.ଓ ସୂର୍ଯ୍ୟ ନାୟକ ପ୍ରମୁଖ ଶ୍ରୀଯୁକ୍ତ ସ୍ବାଇଁଙ୍କ କର୍ତ୍ତବ୍ୟପରାୟଣତା, ନିଷ୍ଠାପରତା ,ସମୟାନୁବର୍ତ୍ତିତା ତଥା ଶିକ୍ଷକବତ୍ସଳତା ଭଳି ଗୁଣାବଳୀର ଭୂୟସୀ ପ୍ରଶଂସା କରିବା ସହ ତାଙ୍କ ଅବସରକାଳୀନ ଜୀବନ ସୁଖ,ସମୃଦ୍ଧି ତଥା କୁସୁମିତ ହେଉ ବୋଲି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ା ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସ୍ବାଇଁଙ୍କୁ ମାନପତ୍ର, ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନିତ କରିବା ସହ ଅବସରକାଳୀନ ପେନସନ ଓ ଗ୍ରାଚୁଟି କାଗଜ ପତ୍ର ବି.ଇ.ଓ ଅଫିସ ତରଫରୁ ପ୍ରଦାନ କରାଯାଇଥିଲା ା ଅନ୍ୟମାନଙ୍କ ମଧ୍ୟରେ ସି.ଆର୍.ସି.ସି ଦେବୀ ପ୍ରସାଦ ଦାସ,ନାରାୟଣ ମହାପାତ୍ର,ସନ୍ତୋଷ କୁମାର ସାହୁ , ତ୍ରିନାଥ ବେହେରା,ମୋହନ ସାହୁ,ଭଗବାନ ଭୂୟାଁ,ଆଦିକନ୍ଦ ଗୌଡ,ସନ୍ତୋଷ ସାହୁ,ମନୋଜ ଗୌଡ,ମନୋଜ ପାଳ,ବୃନ୍ଦାବନ ସେଠୀ ,ସୁରେନ୍ଦ୍ର ପ୍ରଧାନ,ସୁନିଲ ପାଣି, ଭାସ୍କର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ା କାର୍ଯ୍ୟକ୍ରମରେ ବି.ଇ.ଓ ଅଫିସ କର୍ମଚାରୀ ଲଡୁ କିଶୋର ବେହେରା, ସିମାଞ୍ଚଳ ପଟ୍ଟନାୟକ, ଚିରଞ୍ଜିବୀ ଦାସ,ଶୁଶିଲ ସାହୁ,ସୁଧିର ପାଣିଗ୍ରାହି,ଶିବ ପ୍ରସାଦ ସ୍ବାଇଁ ,ସନ୍ତୋଷ କୁମାର ଅଧିକାରୀ ,ସନ୍ତୋଷ ସାସମଲ, ଅନିଲ କୁମାର ମୁଦୁଲି ,ଶାନ୍ତୀ ଲତା ଗୌଡ ,ଶୁସାନ୍ତ କୁମାର ମିଶ୍ର,ଆଇ.ଇ.ଭି ଟିଚର ରାଧାମୋହନ ଗୌଡ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here