ଭଞ୍ଜନଗର ଆମ ପୋଲିସ ସମିତି ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ

0
484

ଭଂଜନଗର (ନିଲୁ ବିଶୋଇ)କୋରନା ଭଳି ଘଟିସନ୍ଧି ମୁହୂର୍ତ୍ତରେ ସବୁଠି ରକ୍ତ ର ଅଭାବ ଦେଖାଦେଇଛି। ଫଳରେ ଗର୍ଭବତୀ ମହିଳାମାନଙ୍କ ସହ ବହୁ ରୋଗୀ ନାହିଁ ନଥିବା ଅସୁବିଧାର ସମୂର୍ଖନ ହେଉଛନ୍ତି। ଏଭଳି ସ୍ଥିତିରେ ଗଂଜାମ ଜିଲ୍ଲା ଭଞ୍ଜନଗର ଆମ ପୋଲିସ ସମିତି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଉପଖଣ୍ଡ ମେଡିକାଲ ପରିସର ରେ ଥିବା ଓଡ଼ିଶା ରକ୍ତ ଭଣ୍ଡାର ରେ ସାମାଜିକ ଦୂରତ୍ୱ ରକ୍ଷା କରି ଏହା ଅନୁଷ୍ଠିତ ହୋଇଥିଲା। ଜଗନ୍ନାଥ ପ୍ରସାଦ କନ୍ଧମାଳ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ , ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ଉତ୍ଚାହିତ କରିଥିଲେ। ଏହି ରକ୍ତ ଦାନ ଶିବିର ରେ ମୋଟ ୫୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here