ହିଞ୍ଜିଳିରେ କୋଭିଡ୍ ପରିଚାଳନା; ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

0
389

ହିଞ୍ଜିଳିକାଟୁ(ହିମାଂଶୁ ବେହେରା ) ବୁଧବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ହିଞ୍ଜିଳି ବ୍ଲକ୍ ଗସ୍ତ କରିଥିଲେ। ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ପ୍ରଶାସନିକଙ୍କ ଅଧିକାରୀ ମାନଙ୍କ ସହ କରୋନାର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ମକରଝୋଳ ଗ୍ରାମକୁ ଯାଇ କୋଭିଡ୍ କେୟାର ହୋମରେ ଥିବା ୪ଜଣ ସଂକ୍ରମିତ ବ୍ୟକ୍ତିଙ୍କୁ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏହା ସହ ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତି ମାନଙ୍କ ସମ୍ପର୍କରେ ବିଡ଼ିଓଙ୍କୁ ପଚାରି ବୁଝିବା ସହ ଆଇସୋଲେସନ୍ ବ୍ୟବସ୍ଥାକୁ ସଠିକ୍ ଭାବେ ପରିଚାଳନା କରିବା ସହ ନିୟମ ଭଙ୍ଗ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମକରଝୋଳ ଗ୍ରାମରେ କୋଭିଡ୍ ନିରୀକ୍ଷକ ମାନଙ୍କ ସହ ଆଲୋଚନା କରିବା ସହ ଅଧିକରୁ ଅଧିକ ନିୟମ ମାନିବା ପାଇଁ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ। ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଶ୍ରଦ୍ଧାପୁର ଗ୍ରାମରେ ପଜିଟିଭି ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସମ୍ପୃକ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଆଜିର ଏହି ଗସ୍ତ ସମୟ ରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଆସ୍କା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ସିଡିପିଓ ଶୁଭଶ୍ରୀ ପାତ୍ର ପ୍ରମୂଖ ଉପସ୍ଥିତି ଥିଲେ।

LEAVE A REPLY

Please enter your comment!
Please enter your name here