ବିଜେପି ତରଫରୁ ଭାରତୀୟ ସମ୍ବିଧାନ ଦିବସ ପାଳିତ

0
316

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଭାରତୀୟ ଜନତା ପାର୍ଟି ଆଛୁଳି ମଣ୍ଡଳ ଓ ପୁରୁଷୋତ୍ତମପୁର ମଣ୍ଡଳ ତରଫରୁ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ସମ୍ବିଧାନ ପ୍ରଣୟତା ଡ଼ଃ ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଦ୍ବୀପ ପ୍ରଜ୍ବଳନ କରି ସ୍ମୃତି ଚାରଣ କରାଯାଇଥିଲା | ଏହି ବୈଠକରେ ବି ଜେ ପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା ଦ୍ବୀପ ପ୍ରଜ୍ବଳନ କରି ଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଆଛୁଳି ମଣ୍ଡଳ ସଭାପତି ମାନସ ରଞ୍ଜନ ଗୌଡ଼,ପୁରୁଷୋତ୍ତମପୁର ମଣ୍ଡଳ ସଭାପତି ମନୋରଞ୍ଜନ ମହାପାତ୍ର,ଶିବ ପାଢ଼ୀ, ମଙ୍ଗରାଜ ବେହେରା,ପ୍ରକାଶ ବେହେରା, ଲିଟନ ଦାସ,ଯୋଗୀନ୍ଦ୍ର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here