ମଧୁସ୍ମିତା ହିଞ୍ଜିଳି ବ୍ଲକରେ ପ୍ରଥମ ସ୍ଥାନ

0
789

ହିଞ୍ଜିଳିକାଟୁ(ହିମାଂଶୁ ବେହେରା ) କରୋନା କଟକଣା ଭିତରେ ଚଳିତ ବର୍ଷ ମାଟ୍ରିକ ବିଦ୍ୟାର୍ଥୀ ମାନଙ୍କ ଖାତା ମୂଲ୍ୟlଙ୍କନ ହୋଇ ବୁଧବାର ଦିନ ଫଳାଫଳ ପ୍ରକାଶ ପାଇଛି l ହିଞ୍ଜିଳି ବ୍ଲକ ର ମୋଟ ୧୭୮୭ ବିଦ୍ୟାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ, ତନ୍ମଧ୍ୟରୁ ୧୫୪୬ ଜଣ କୃତକାର୍ଯ୍ୟ ହୋଇଛନ୍ତି l ହିଞ୍ଜିଳି ବ୍ଲକର ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ଏବଂ ରଘୁନାଥ ବିଦ୍ୟାପୀଠ ବେଲଗାଁର ଶତ ପ୍ରତିଶତ ପାସ ହାର ରହିଛି l ବ୍ଲକ ର ୪ ଜଣ ବିଦ୍ୟାର୍ଥୀ A1, ୪୦ଜଣ A2, ୮୭ ଜଣ B1, ୧୫୦ ଜଣ B2, ୨୧୧ ଜଣ C, ୩୩୮ ଜଣ D, ୭୧୬ ଜଣ E ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି l ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ମଧୁସ୍ମିତା ବେହେରା ସର୍ବ ମୋଟ ୫୭୨ ମାର୍କ ରଖି ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ସେହିପରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଅଙ୍କିତା ସାହୁ, ଯାଜ୍ଞସେନୀ ସ୍ୱାଇଁ ଏବଂ ରଘୁନାଥ ବିଦ୍ୟା ପୀଠ ବେଲଗାଁର ସୋନମ ରାଣୀ ଦାସ A1 ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି l ତେବେ ଏଥର ବି ଛାତ୍ରଙ୍କ ତୁଳନା ରେ ଛାତ୍ରୀ ମାନେ ବାଜିମାତ କରିନେଇଥିବା ଫଳାଫଳରୁ ଜଣାପଡିଛି l

LEAVE A REPLY

Please enter your comment!
Please enter your name here