ଦଶମ ଶ୍ରେଣୀ ପରୀକ୍ଷାରେ ସାଇ ଗୁରୁକୁଳ ଛାତ୍ରଛାତ୍ରୀ ଙ୍କ ଶତ ପ୍ରତିଶତ ସଫଳତା

0
393

ଭଞ୍ଜନଗର (ନିଲୁ ବିଶୋଇ) ପୂର୍ବ ବର୍ଷ ଗୁଡିକ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର ଙ୍କ ପକ୍ଷରୁ ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷାରେ ଭଞ୍ଜନଗର ନିକଟସ୍ଥ ସାଇ ଗୁରୁକୁଳ ଛାତ୍ରଛାତ୍ରୀ ଙ୍କୁ ଶତ ପ୍ରତିଶତ ସଫଳତା ମିଳିଛି। ଅନୁଷ୍ଠାନ ର ମୋଟ ୫୭ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ A2 (06) ଜଣ , B1 (07) ଜଣ , B2 ( 11) ଜଣ , C ( 17) ଜଣ , D ( 13) ଜଣ ଓ E (03) ଜଣ ଉତ୍ତୀର୍ଣ୍ଣ ହୋଇ ଅନୁଷ୍ଠାନ ପାଇଁ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଏହି ସଫଳତାରେ ବିଦ୍ୟାଳୟ ର ଅଧ୍ୟକ୍ଷ ଅଜିତ କୁମାର ଶତପଥୀ , ସଭାପତି ଶୂଳପାଣି ଶତପଥୀ , ନିର୍ଦ୍ଦେଶକ ଶାନ୍ତନୁ କୁମାର ତ୍ରିପାଠୀ , ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର , ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଅଭିନଦନ ଜଣାଇବା ସହ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here