ଯୋଗ ଓ ଆଧ୍ୟାତ୍ମିକ ପରିବେଶରେ ଜନତା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ର

0
445

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସ୍ଥିତ ଜନତା ନୋଡାଲ ହାଇସ୍କୁଲ ଠାରେ ଚାଲିଥିବା ସଙ୍ଗରୋଧ କେନ୍ଦ୍ରରେ ୧୬୯ ଅନ୍ତେବାସୀ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଯୋଗର ସାହାରା ନେଇଛନ୍ତି l ଏହି କାର୍ଯ୍ୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ କେ.ଭୀମରାଜୁ ପାତ୍ର, ଶିକ୍ଷକ ପଙ୍କଜ କୁମାର ବେହେରା, ଏବଂ ବରିଡା ହାଇସ୍କୁଲ ଖେଳ ଶିକ୍ଷକ ସାଧୁ ପ୍ରଧାନ ସହଯୋଗ କରୁଛନ୍ତି l ପ୍ରତିଦିନ ସକାଳ 6.30ରୁ 7.30ଯାଏଁ ଅନ୍ତେବାସୀ ମାନେ ଯୋଗାଭ୍ୟାସ ସହ କୋଭିଡ-19 ବିଷୟରେ ଜ୍ଞାନ ଆହରଣ କରୁଥିବା ବେଳେ ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରି କେନ୍ଦ୍ରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛନ୍ତି l ପୂର୍ବରୁ ଏହି କେନ୍ଦ୍ରରେ ଅନ୍ତେବାସୀଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ କୁଇଜ ପ୍ରତିଯୋଗିତା କରାଯାଇଛି ପୁରସ୍କୃତ କରାଯାଇଥିଲା l 

LEAVE A REPLY

Please enter your comment!
Please enter your name here