ହଂସତୁଳି ଠାରେ ସାପ କାମୁଡାରେ ନାବାଳକର ଦୁଃଖଦ ମୃତ୍ୟୁ l

0
437

ବେଗୁନିଆପଡ଼ା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ତାଳସର ପଞ୍ଚାୟତର ହଂସତୁଳି ଗ୍ରାମରେ ଏକ ଅଭାବନୀୟ ଘଟଣାକ୍ରମେ ବିଷଧର ସାପ କାମୁଡ଼ାରେ ଜଣେ ନାବାଳକର ମୃତ୍ଯୁ ଘଟିଛି l ମୃତକ ଜଣଙ୍କ ହେଉଛି ଉକ୍ତ ଗ୍ରାମର ବେଣୁ ନାୟକଙ୍କ ୧୫ବର୍ଷର ପୁଅ ପିଣ୍ଟୁ ନାୟକ l ପ୍ରାପ୍ତ ବିବରଣୀରୁ ପ୍ରକାଶ ଗତକାଲି ସକାଳେ ମୃତ ପିଣ୍ଟୁ ଘର ବାହାରେ ପରିସ୍ରା କରୁଥିବା ବେଳେ ହଠାତ୍ ଏକ ବିଷଧର ସାପ ତା’ ଗୋଡ଼କୁ କାମୁଡି ଦେଇଥିଲା । ପିଣ୍ଟୁର ଚିତ୍କାର ଶୁଣି ପରିବାରବର୍ଗ  ଦୌଡ଼ି ଆସିଥିଲେ ଓ ସଙ୍ଗେ ସଙ୍ଗେ ପିଣ୍ଟୁକୁ ନେଇ ସୁମଣ୍ଡଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ ।  ସେଠାରେ ଡାକ୍ତର  ରାଜେନ୍ଦ୍ର ପ୍ରଧାନ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ଼ ମେଡିକାଲ୍କୁ ପଠାଇଥିଲେ l  ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା, ଶବ ବ୍ୟବଚ୍ଛେଦ ପରେ ଗାଁ କୁ ଆଣି ତାର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଉକ୍ତ ଘଟଣାରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ମୃତକଙ୍କ ପିତା ଜଣେ ଗରିବ ଶ୍ରେଣୀର ଯୋଗୁଁ ସରକାରୀ ସହାୟତା ପାଇଁ ସାଧାରଣରେ  ଦାବୀ ହୋଇଛି l 

LEAVE A REPLY

Please enter your comment!
Please enter your name here