ତୋ କଥା ମନେ ପଡେ

0
712

ଯେବେ ଠିକ୍ ହେଲା ମୋର ବାହାଘର
ତୋତେ ଯେ ସବୁ ଝୁରିଲେ
କେମିତି କେଉଁଠି କେତେ ପକାଇବା
ବିଚାର ଖାତା ଖୋଲିଲେ ॥
ବୁଢାବୁଢୀ ଥିଲେ ସାହିପଡିଶାରେ
ବେଶୀ କରେନା କହିଲେ
କାହିଁକି ହେ ବୋଲି ପ୍ରଶ୍ନ କରିବାରୁ
ମୁହଁକୁ ଫେରାଇ ନେଲେ ॥
ମନେ ଅଛି ଆଜି ବି ତୋ କଥା ପୁରା
କେତେ ଖରାରେ ଶିଝିଛୁ
ମୋ ଭାରରେ ତୁଯେ ଦିଆହେବୁ ବୋଲି
କେତେ କଷ୍ଟ ତୁ ସହିଛୁ ।
ଶାଗମାଛ ଦିନ ଖରଡା ତୁ ହେଲୁ
ସଭିଙ୍କୁ ଖୁସି କରିଲୁ
ବଡିଚୁରା ହୋଇ ବନ୍ଧୁଙ୍କ ପାଟିରେ
ଖାଇବା ଲୋଭ ଆଣିଲୁ ॥
ଘାଣ୍ଟ ତରକାରୀ ତୋ ବିନା ହୁଏନା
ଭୋଜିରେ ହେଉ କି ଘରେ
ଧନୀ କି ଗରୀବ କିଏ ଛାଡନ୍ତିନି
ରହୁ ସଭିଙ୍କ ମନରେ ॥
ଦିପ୍ତୀଲେଖା ମିଶ୍ର,ବ୍ରହ୍ମପୁର

LEAVE A REPLY

Please enter your comment!
Please enter your name here