ବୁଗୁଡା ପୋଲିସ ଦ୍ୱାରା ବିପୁଳ ପରିମାଣର ବିସ୍ଫୋରକ ଦ୍ରବ୍ୟ ଜବତ, 4ଗିରଫ।

0
645

ବୁଗୁଡା,୩୧/୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ବୁଗୁଡା ଟାଉନ ଓ ଚଢ଼େୟାପଲ୍ଲୀ ଛକ ନିକଟରୁ ଅତର୍କିତ ଚଢ଼ାଉ କରି ୬୨୮ଟି ଡିଟୋନେଟର,୭୦କିଲୋ ଓଜନର ଆଲୁମିନିୟମ ନାଇଟ୍ରେଟ,୫ବଣ୍ଡଲ ବିଦ୍ୟୁତ ତାର ,ଗୋଟିଏ କଟର, ବ୍ୟାଟେରୀ ସହିତ ଗୋଟିଏ ମୋଟର ସାଇକେଲ ଜବତ ହୋଇଛି। ଘଟଣାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ରଞ୍ଜିତ ଭୂୟାଁ, ପାଣୁ ସାହୁ, ପଞ୍ଚୁ ଡାକୁଆ ଓ ପ୍ରକାଶ ଚନ୍ଦ୍ର ଗୌଡ଼। ବୁଗୁଡା ଟାଉନରେ ପାଣୁ ସାହୁଙ୍କ ଗ୍ୟାରେଜରୁ ଏବଂ ଚଢ଼ିଆପଲ୍ଲୀ ଛକନିକଟରୁ ଏହି ବିସ୍ଫୋରକ ସାମଗ୍ରୀକୁ ବୁଗୁଡା ପୋଲିସ ଜବତ କରିଛି। ଗିରଫ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବୁଗୁଡା ଥାନା ଅଧିକାରୀ ସୁଧାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here