ଗଞ୍ଜାମରେ କରୋନା ମୁକାବିଲା ପାଇଁ ୨ ଆଇଏଏସଙ୍କ ସହ ୬ ଓଏଏସ୍ ନିଯୁକ୍ତ କଲେ ରାଜ୍ୟ ସରକାର

0
381

ଭୁବନେଶ୍ୱର:ଗଞ୍ଜାମରେ ଦିନକୁ ଦିନ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। କେବଳ ଗଞ୍ଜାମରେ ସର୍ବାଧିକ ୨ ହଜାରରୁ ଅଧିକ ଏହି ମହାମାରୀରେ ଆକ୍ରାନ୍ତ ହୋଇ ସାରିଲେଣି। ଏହାବ୍ୟତୀତ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ଗଞ୍ଜାମରେ ସର୍ବାଧିକ ରହିଛି।ଆଉ ଏହାକୁ ଦୃଷ୍ଟିରେ ରଖି ୨ ଆଇଏଏସଙ୍କ ସମେତ ୬ ଓଏଏସଙ୍କୁ ରାଜ୍ୟ ସରକାର ଗଞ୍ଜାମ ପାଇଁ  ନିଯୁକ୍ତ କରିଛନ୍ତି। ଆଇଏଏସ୍ ପାରୁଲ ପଟାୱାରୀଙ୍କୁ ଛତ୍ରପୁର ସବଡିଭିଜନ ଓ ଆଇଏଏସ ବିଶାଲ ସିଂଙ୍କୁ ଭଞ୍ଜନଗର ସବଡିଭିଜନର ସ୍ୱତନ୍ତ୍ର ଏଡିଏମ୍ ରୂପେ ନିଯୁକ୍ତି ମିଳିଛି। ସେହିପରିି ୬ଜଣ ଓଏଏସଙ୍କ ମଧ୍ୟରେ ପଦ୍ମନାଭ ବେହେରା, ଶକ୍ତିକାନ୍ତ ରାୟ, ଚିତ୍ତରଞ୍ଜନ ମହାନ୍ତ, ଶୁଭେନ୍ଦୁ କୁମାର ସାମଲ, ସୁଧାକର ନାୟକ ଓ ଲୋକନାଥ ବେହେରା ରହିଛନ୍ତି। କରୋନା ପରିଚାଳନା ନେଇ ଏମାନେ ସମସ୍ତେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ କାମ କରିବେ।

LEAVE A REPLY

Please enter your comment!
Please enter your name here