ବିବାହ ବେଳେ କୋଭିଡ ନିୟମ ଉଲ୍ଲଙ୍ଘନ; ଜୋରିମାନା ସହ ମାମଲା ରୁଜୁ

0
643

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ)ବ୍ରହ୍ମପୁରରେ ଏକ ବାହାଘର ବରଯାତ୍ରୀରେ କୋଭିଡ଼ ନିୟମକୁ ସମ୍ପୂର୍ଣ ରୂପେ ଉଲ୍ଲଙ୍ଘନ କରାଯାଇଥିବା ଭିଡ଼ିଓ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୋଭିଡ୍ ନିୟମ ଭାଙ୍ଗିବା ଘଟଣା ସାମ୍ନାକୁ ଆସିବା ପରେ ଉଭୟ ବର ଓ କନ୍ୟାପକ୍ଷ ବିରୋଧରେ ମାମଲା ରୁଜୁ ହେବା ସହ ୫୦,୦୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ବରଯାତ୍ରୀ ଶୋଭାଯାତ୍ରାରେ ବ୍ୟବହୃତ ଗାଡ଼ିକୁ ଆରଟିଓ ଜବତ କରିଛନ୍ତି । ଏ ନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଗତ କାଲି ବ୍ରହ୍ମପୁରର ଏକ ବ୍ୟବସାୟୀଙ୍କ ପୁଅ ବାହାଘର ଉତ୍ସବ ଗୋପାଳପୁରର ଏକ ପଞ୍ଚତାରକା ହୋଟେଲରେ ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳଙ୍କ ନିକଟରେ କୋଭିଡା ନିୟମ ପାଳନ କରି ବିବାହ ଉତ୍ସବ ଅନୁଷ୍ଠିତ କରାଯିବାର ଆବେଦନ କରାଯାଇଥିଲା । କିନ୍ତୁ ବରଯାତ୍ରୀମାନେ ବିନା ମାସ୍କରେ ସାମାଜିକ ଦୂରତ୍ୱ ନ ରଖି ଶୋଭାଯାତ୍ରାରେ ବାହାରିଥିଲେ ଏବଂ ଡିଜେ ଗୀତରେ ନାଚିଥିଲେ । ଏକ ଛାତଖୋଲା କାରରେ ଯାଉଥିବା ବର ନାଚ କରୁଥିବା ଦେଖିବାକୁ ମିଳିଥିଲା । ସାଧାରଣତଃ ଲୋକଙ୍କୁ ବିବାହ ପାଇଁ ଅନୁମତି ମିଳୁ ନଥିବା ବେଳେ ଏଠି ହୋଟେଲ ଭିତରେ କରାଯାଉଥିବା ବିବାହରେ ସବୁ ନିୟମ ଭଙ୍ଗ ହୋଇଥିଲା । ଏହି ଦୃଶ୍ୟର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବାହାଘର ଉତ୍ସବ ଶୋଭାଯାତ୍ରାରେ କୋଭିଡ୍ ନିୟମ ଉଲଂଘନ କରିବା ଅଭିଯୋଗରେ ଗୋପାଳପୁର ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।

LEAVE A REPLY

Please enter your comment!
Please enter your name here