ଦାମୀ ଗାଡି ଛାଡିବେ ନେତା !

0
790

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସରକାରୀ ଖର୍ଚ୍ଚ ସୀମିତ କରିବା ପାଇଁ ଆରମ୍ଭ ହୋଇଛି ଏକ ନୂଆ ପଦକ୍ଷେପ । ରାଜ୍ୟ ଅର୍ଥ ବିଭାଗ ଦ୍ୱାରା ଜାରି ନୂଆ କଟକଣା ଅନୁସାରେ ଏଣିକି ସମସ୍ତ ମନ୍ତ୍ରୀ ହୁଅନ୍ତୁ କି ସରକାରୀ ଅଧିକାରୀ ଖର୍ଚ୍ଚ ସୀମା ଭିତରେ ଭଡ଼ା ଗାଡି ବ୍ୟବହାର କରିପାରିବେ । ମନ ଇଛା ବୁଲି ଖର୍ଚ୍ଚ କରି ପାରିବେ ନାହିଁ ରାଜ୍ୟସ୍ୱ ଅର୍ଥ । ଜଣେ ମନ୍ତ୍ରୀ କେବଳ ଗୋଟିଏ ମାତ୍ର ଗାଡ଼ି ବ୍ୟବହାର କରି ପାରିବେ । ଆଉ ଆବଶ୍ୟକ ଅନୁଯାୟୀ ମନ୍ତ୍ରୀ କେବଳ ଇନୋଭା,ଏକ୍ସୟୁଭି ୫୦୦,ହେକ୍ସା ମଡେଲର ଗାଡ଼ି ଭଡାରେ ନେଇ ପାରିବେ ଓ ମନ୍ତ୍ରୀଙ୍କ ମାସିକ ଗାଡ଼ି ଖର୍ଚ୍ଚ ସମସ୍ତ ଟ୍ୟାକ୍ସ ସହ ୪୨ହଜାର ଟଙ୍କା ଭିତରେ ସିମୀତ ରହିବ ।
କେବଳ ମନ୍ତ୍ରୀ ନୁହଁନ୍ତି ଅଫିସରମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ବ୍ଲକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ବିଭାଗର ସଚିବ ଏପରିକି ବିଭିନ୍ନ କଲେଜ ଓ ବିଶ୍ୱ ବିଦ୍ୟାଳୟର ଗାଡି ଉପରେ ମଧ୍ୟ ଲାଗିଛି କଟକଣା । ପ୍ରମୂଖ ସଚିବଙ୍କ ପାଇଁ ଖର୍ଚ୍ଚସୀମା ୩୦ ହଜାର ଟଙ୍କା, ଅତିରିକ୍ତ ସଚିବଙ୍କ ପାଇଁ ଏହାକୁ ୨୬ ହଜାର ଟଙ୍କା ଭିତରେ ସମୀତ ରଖାଯାଇଛି ଏବଂ ସରକାରୀ ଗାଡିକୁ କେହି ବି ଘରୋଇ କାମରେ ବ୍ୟବହାର ମଧ୍ୟ କରି ପାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ରହିଛି । ସରକାରଙ୍କ ଏହି ଅଯବ ଖର୍ଚ୍ଚକାଟ ନୀତିକୁ ବିରୋଧୀ କଟାକ୍ଷ କରିଥିବା ବେଳେ ଶାସଦ ଦଳ କିନ୍ତୁ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି ।ଶାସକ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ନିଜ ମନ୍ତ୍ରୀ ଓ ଅଫିସରଙ୍କ ଉପରେ ଲଗାଇଛନ୍ତି ଲଗାମ୍ । କିନ୍ତୁ ସରକାରଙ୍କର ଏହି ନିର୍ଦ୍ଦେଶକୁ ବାସ୍ତବରେ ମନ୍ତ୍ରୀ ସଚିବ କେତ ଦୂର ପାଳନ କରୁଛନ୍ତି ତାହା ତ ସମୟ ହିଁ କହିବ ।

LEAVE A REPLY

Please enter your comment!
Please enter your name here