ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ହେଲେ ଆଇପିଏସ୍ ଧୀରେନ୍ଦ୍ର ଏସ୍ କୁଟ୍ଟେ

0
659

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ୧୯୯୭ ବ୍ୟାଚ୍ ଆଇପିଏସ୍ ତଥା ଆଇଜି ପାହ୍ୟାର ଅଫିସର ଧୀରେନ୍ଦ୍ର ଏସ୍ କୁଟ୍ଟେଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ପଦୋନ୍ନତି ମିଳିଛି। ପୂର୍ବରୁ ସେ ପରିବହନ କମିଶନର ଥିଲେ । ସେ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ କାର୍ଯ୍ୟ କରିବା ସହ ଗଜପତି ,ରାଉରକେଲା ଓ ଯାଜପୁରର ଏସ୍ପି ଭାବେ କାର୍ଯ୍ୟ କରିଛନ୍ତି । ଶ୍ରୀ କୁଟ୍ଟେ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଓଏସଡି(ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି) ଭାବେ କାର୍ଯ୍ୟ କରୁଛନ୍ତି । ଶ୍ରୀ କୁଟ୍ଟେଙ୍କ ପଦୋନ୍ନତି ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏବେ ସ୍ୱତନ୍ତ୍ର ସଚିବ ପାହ୍ୟାର ଅଫିସରଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here