ଏ ବର୍ଷ ବୋଲବମ ଯାତ୍ରା ଉପରେ କଟକଣା

0
399

ଭୁବନେଶ୍ଵର : ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଦିନକୁ ଦିନ ବଢୁଛି ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୋଲବମ୍ ଯାତ୍ରା ଉପରେ କଟକଣା ଲଗାଇଛନ୍ତି। ଆସନ୍ତା ସୋମବାର ଠାରୁ ଶ୍ରାବଣ ଆରମ୍ଭ ହେଉଥିବାରୁ ଜଳଲାଗି ହେଲେ ବିଭିନ୍ନ ମନ୍ଦିରରେ ଜନସମାଗମ ହେବ ଏବଂ ଏହାଦ୍ବାରା ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି। ଏହାକୁ ବିଚ‌ାର କରି ରାଜ୍ୟ ସରକାର ପୂରା ରାଜ୍ୟରେ ଶୈବପୀଠରେ ଜଳଲାଗି ଓ ବୋଲବମ୍ ପଦଯାତ୍ରା ଉପରେ କଟକଣା ଲଗାଇଥିବା ଆଜି ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି ଅତିରିକ୍ତ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମ‌ାର ଜେନା। ଜୁଲାଇ ୩୧ ପର୍ଯ୍ୟନ୍ତ ରାଜ୍ୟ ସରକାର  ସମସ୍ତ ଧର୍ମପୀଠ ବନ୍ଦ ରହିବ ବୋଲି ଘୋଷଣା କରିବା ସହ ସମସ୍ତ ଧାର୍ମିକ, ସାମାଜିକ ଓ ସାଂସ୍କୃତିକ ସମାବେଶ ଉପରେ ମଧ୍ୟ ରୋକ ଲଗା‌ଇଛନ୍ତି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here