ପୁଅର ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ବାପା ଓ ମା

0
390

କବିସୂର୍ଯ୍ୟନଗର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ପୁଅର ମୃତ୍ୟୁ ଖବର ପାଇ ପିତାମାତା ଆତ୍ମହତ୍ୟା କରିଛନ୍ତି । ଏମିତି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ନାରାୟଣପୁର ଶାସନରେ ଘଟିଛି। କରୋନା ଭୟରେ ସାହି ପଡ଼ିଶା ମୃତଦେହ ପାଖକୁ ଯାଉନଥିବା ବେଳେ ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁଇ ଦିନ ତଳେ ନାରାୟଣପୁର ଶାସନର ସୀମାଞ୍ଚଳ ଶତପଥୀ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପରିବାର ଲୋକେ ଭୁବନେଶ୍ୱରରେ ଏକ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ସେ ମହାମାରୀ କରୋନା’ରେ ଆକ୍ରାନ୍ତ ହୋଇଥିବା ନେଇ କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଚର୍ଚ୍ଚା ହେଉଥିଲା । ଆଜି ସନ୍ଧ୍ୟା ବେଳେ କରୋନା ଆକ୍ରାନ୍ତରେ ସୀମାଞ୍ଚଳଙ୍କ ମୃତ୍ୟୁ ଘଟିଥିଲା । ପୁଅର ମୃତ୍ୟୁ ଖବର ପାଇ ବାପା ରାଜ କିଶୋର ଓ ମା’ ସୁଲୋଚନା ଭାଙ୍ଗି ପଡ଼ିଥିଲେ । ମାନସିକ ଭାରସାମ୍ୟ ହରାଇ ବାପା ରାଜ କିଶୋର ସାପୁଆ ବଷା ଜଙ୍ଗଲ ନିକଟରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ମା’ ସୁଲୋଚନା ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏହି ଘଟଣା ଘଟିବା ପରେ ଗାଁରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଅନ୍ୟପଟେ କୋରୋନା’ ଭୟରେ ଗାଁ ଲୋକେ ମୃତଦେହ ପାଖକୁ ଯାଉନଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here