ରାଜ୍ୟରେ ଆଉ ୪୯୫ ନୂଆ ଆକ୍ରାନ୍ତ ଚିହ୍ନଟ

0
346

ଭୁବନେଶ୍ୱର: ଆଜି ପୁଣି ୪୯୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏମାନଙ୍କ ଭିତରୁ ୧୪୦ଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ ଅବଶିଷ୍ଟ ୩୫୫ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାପଡିଛି।

ନୂଆ ୪୯୫ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୨୧୬ଜଣ ରହିଛନ୍ତି। ସେହିପରି ଅନୁଗୋଳ ୨୪, ବାଲେଶ୍ୱର ୧୩, ବରଗଡ଼ ୨, ଭଦ୍ରକ ୧୨, କଟକ ୧୩, ଢେଙ୍କାନାଳ ୧, ଗଜପତି ୭, ଜଗତ୍‌ସିଂହପୁର ୧୨, ଯାଜପୁର ୧, ଝାରସୁଗୁଡ଼ା-କନ୍ଧମାଳରୁ ୮ଜଣ ଲେଖାଏ, କେନ୍ଦ୍ରାପଡ଼ା ୧୧, କେନ୍ଦୁଝର ୫, ଖୋର୍ଦ୍ଧା ୫୦, କୋରାପୁଟ ୫, ମାଲକାନଗିରି ୫, ମୟୂରଭଞ୍ଜ ୨୮, ନବରଙ୍ଗପୁର ୧୧, ନୟାଗଡ଼ ୧ , ପୁରୀ ୧୮, ସମ୍ବଲପୁର ୬, ସୋନପୁର ୨, ସୁନ୍ଦରଗଡ଼ରୁ ୩୬ ଜଣ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here