ସନ୍ତୋଷୀ ମାଁ ମନ୍ଦିର ବାର୍ଷିକୋତ୍ସବରେ ସନ୍ଥଶ୍ରୀ ଦେବଦତ୍ତ

0
797

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ଆନନ୍ଦ ନଗର ଠାରେ ଅନୁଷ୍ଠିତ ସନ୍ତୋଷୀ ମାଁ ମନ୍ଦିରର ବାର୍ଷିକୋତ୍ସବ କାର୍ଯ୍ୟକ୍ରମରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସନ୍ଥଶ୍ରୀ ଦେବଦତ୍ତ ମେକାପ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାଁ ଙ୍କ ଅପାର କରୁଣା ଲାଭ କରିବା ସହ ଦିଗପହଣ୍ଡି ବାସୀଙ୍କ ମଙ୍ଗଳ କାମନା କରି ଆର୍ଶୀବାଦ କାମନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହିଳା ମାନସିକ ଧାରୀଙ୍କ ଦ୍ଵାରା କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ମହିଳାମାନେ ସ୍ଥାନୀୟ ବଡ଼ବନ୍ଧ ପୋଖରୀରେ ଗଙ୍ଗାମାତା ଆବାହନ କରି କଳସରେ ଜଳ ଆଣି ମନ୍ଦିର ପ୍ରାଙ୍ଗଣରେ ମାଁ ଙ୍କ ସ୍ନାନ କରାଇଥିଲେ । ଏହାପରେ ପୂଜକ ଜାଗିଲି ଗୌଡ଼ଙ୍କ ଦ୍ଵାରା ମାଁ ଙ୍କୁ ନୂଆବସ୍ତ୍ର ପରିଧାନ ସାଜସଜ୍ଜା କରାଇ ପୂଜାର୍ଚ୍ଛନା କରିଥିଲେ । ମଧ୍ୟାହ୍ନରେ ସାହି ବାସିନ୍ଦା ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ଆୟୋଜନ ହୋଇଥିଲା । ସନ୍ଧ୍ୟାରେ ମାଁଙ୍କୁ ଘଣ୍ଟ , ଶଙ୍ଖ, ଢୋଲ ,ମୃଦୃଙ୍ଗ ଆଦି ବାଜାବାଜଣା କରି ଆତସବାଜିରେ ନଗର ପରିକ୍ରମା କରାଯାଇଥିଲା । ମନ୍ଦିର ପରିଚାଳନା କମିଟି ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here