ବରଗାଁ ଉଚ୍ଚ ବିଦ୍ୟାଳୟ ପୁରସ୍କୃତ

0
406

ଭଞ୍ଜନଗର/ଜଗନ୍ନାଥପ୍ରସାଦ(ନିଲୁ ବିଶୋଇ) ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ବରଗାଁ ଧରଣୀଧର ଉଚ୍ଚ ବିଦ୍ୟାଳୟ କୁ ଚାରାରୋପଣ କରିବା ପାଇଁ ଭଞ୍ଜନଗର ଉପଖଣ୍ଡରେ ସର୍ବପ୍ରଥମ ପୁରସ୍କାର ହାସଲ କରିଛି। ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସ ଅବସରରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହା ଘୋଷଣା ହୋଇଥିଲେ ମଧ୍ୟ ପୁରସ୍କାର ମିଳିନଥିଲା। ଗୁରୁବାର ଏହାକୁ ବନପାଳ ସୁରଭି ତ୍ରିପାଠୀ ବିଦ୍ୟାଳୟର କିରାଣୀ ବିଦେଶୀ ସାହୁ ଙ୍କୁ ଏହି ମାନପତ୍ର ସହ ୧୦ ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି। ବିଦ୍ୟାଳୟର ଏହି ସଫଳତା ପାଇଁ ପ୍ରଧାନ ଶିକ୍ଷକ କେଦାର ନାଥ ସାମଲ,ସରପଞ୍ଚ ଉମା ଶଙ୍କର ବାରିକ,ଏମପି ପ୍ରତିନିଧି ବିପ୍ର ଚରଣ ବାରିକ,ଉପାଧ୍ୟକ୍ଷ ହିମାଂଶୁ ଶେଖର ବାରିକ,ଦୟାନିଧି ଗୌଡ଼ ପ୍ରମୁଖ ପ୍ରଶଂସା କରିବା ସହ ଖୁସି ବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here