ସହାୟ ଯୋଜନାରେ କୁଷ୍ଠରୋଗ ମୁକ୍ତ ହିତାଧିକାରୀଙ୍କୁ ଫେମିଲି କୀଟ ପ୍ରଦାନ…

0
361

ଭଞ୍ଜନଗର(ନିଲୁ ବିଶୋଇ)ଆଜି ଭଞ୍ଜନଗର ସ୍ଥିତ ଲେପରସି କଲୋନୀ ଚିଦାନନ୍ଦ କୁଷ୍ଠରୋଗ ଆଶ୍ରମ ଠାରେ ସାମାଜିକ ସୁରକ୍ଷା ଏଵଂ ଭିନ୍ନକ୍ଷମ ସସକ୍ତିକରଣ ବିଭାଗ ତରଫରୁ “ସହାୟ” ଯୋଜନାରେ କୁଷ୍ଠ ରୋଗରୁ ମୁକ୍ତ ହେଇଥିବା 19 ଗୋଟି ପରିବାରକୁ ବିଭିନ୍ନ ଘରୋଇ ଉପକରଣ କୀଟ ପ୍ରଦାନ କରାଯାଇଛି | ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ଉପସ୍ଥିତିରେ 19 ଗୋଟି ପରିବାରକୁ ଫାମିଲି କୀଟ ପ୍ରଦାନ କରାଯାଇଛି | ଏହି କୀଟ ରେ ନିତି ଘରେଇ ବ୍ୟବହlର୍ଜ ସମସ୍ତ ଜିନିଷ କୁଷ୍ଠ ରୋଗ ମୁକ୍ତ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି | ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା , ଭଞ୍ଜନଗର ବ୍ଲକ ସମାଜ ସୁରକ୍ଷା ଅଧିକାରୀ ମମିତା କୁମାରୀ ପ୍ରଧାନ ଉପସ୍ଥିତ ଥିଲେ | କନିଷ୍ଠ ରାଜସ୍ବ ସହାୟକ ସନ୍ତୋଷ ମହାରଣା ସହାୟତା କରିଥିଲେ |

LEAVE A REPLY

Please enter your comment!
Please enter your name here