ଭଞ୍ଜନଗର କୋରନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

0
537

ଭଂଜନଗର(ନିଲୁ ବିଷୋୟୀ) କୋରନା ମହାମାରୀ ସମୟରେ ନିଜର ସ୍ୱାର୍ଥକୁ ପଛରେ ପକାଇ ଜନସାଧାରଣ ଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀ ଙ୍କ ଭୂମିକା ଅତୁଳନୀୟ । ଏହି କର୍ମରେ ବ୍ରହ୍ମପୁର ବରିଷ୍ଠ ନାଗରିକ ତଥା ଭାରତ କିଷାନ ସମାଜର ପରିଚାଳନା ସଦସ୍ୟ ଇ,ଅଭିମନ୍ୟୁ ପ୍ରଧାନ ଙ୍କ ନେତୃତ୍ୱରେ ଭଂଜନଗର ପ୍ରଶାସନିକ ଅଧିକାରୀ ତଥା କୋରନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ,ବିଡ଼ିଓ ଅନୀଲ କୁମାର ସେଠୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର, ତହସିଲଦାର ଆଲୋକ କୁମାର ପ୍ରଧାନ , ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କୁ ମାନପତ୍ର ଓ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଛି। ଏହି ସମ୍ବର୍ଦ୍ଧନା କାଯ୍ୟକର୍ମରେ ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପ୍ରଧାନ, ବିପଦ ବନ୍ଧୁ ପ୍ରଧାନ, ରାକେଶ ପ୍ରଧାନ,ଜଳନ୍ଧର ସ୍ୱାଇଁ , ମୃତ୍ୟୁଞ୍ଜୟ ପଣ୍ଡା,ଭିକାରୀ ଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here