ସହରାଞ୍ଚଳ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ

0
275

ଛତ୍ରପୁର :ସହରାଞ୍ଚଳ ନିର୍ବାଚନର ସୁପରିଚାଳନା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପ୍ରକାରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥି ସକାଶେ ଆଜି ମଧ୍ୟାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଓସ୍ବାନ୍ ହଲ ଠାରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜଣାଇଥିଲେଯେ, ଚଳିତ ୨୪ ତାରିଖ ହେବାକୁଥିବା ନିର୍ବାଚନ ଗଞ୍ଜାମ ଜିଲ୍ଲାରେ ସମସ୍ତ ପୌର ପରିଷଦ,ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବ୍ରହ୍ମପୁର ମାହାନଗର ନିଗମରେ ଅନୁଷ୍ଠିତ ହେବ । ନିର୍ବାଚନର ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବ ସେଥି ସକାଶେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି l ସମସ୍ତ ବୁଥ ଗୁଡିକରେ ପିଇବା ପାଣିର ବ୍ୟବସ୍ଥା କରାଯାଇଛି ଓ ଭିନ୍ନକ୍ଷମ ଭୋଟର ମାନଙ୍କ ନିମନ୍ତେ ଉଇଲ ଚେୟାର ବ୍ୟବସ୍ଥା କରାଯାଇଛି l ଭୋଟର ମାନଙ୍କର କୌଣସି ଅସୁବିଧା ହେବେ ନାହିଁ ସେଥି ନିମନ୍ତେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇ ସମସ୍ତ ବ୍ୟବସ୍ଥା କରାଯାଇଛି l ସମସ୍ତ ପୋଲିଙ୍ଗ ଟିମ ୨୩ ତାରଖ ସନ୍ଧ୍ୟା ସୁଧା ନିଜ ନିଜ ବୁଥରେ ପହଞ୍ଚିବେ ସେଥି ସକାଶେ ସମସ୍ତ ନିର୍ଦ୍ଧେଶ ପ୍ରଦାନ କରାଯାଇଛି l ସମସ୍ତ ରାଜନୈତିକ ଦଳଙ୍କୁ ୨୨ ତାରିଖ ସନ୍ଧ୍ୟା ୫ ଘଣ୍ଟା ପରେ କୌଣସି ପ୍ରଚାର କାର୍ଯ୍ୟ କରିବେ ନାହିଁ ନିର୍ବାଚନ କମିଶନଙ୍କ ନିର୍ଦେଶବଳି ମାନିବେ ସେଥି ସକାଶେ କୁହାଯାଇଛି l ନିର୍ବାଚନଟିକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ଦିଗରେ ଜିଲ୍ଲାର ସମସ୍ତ କର୍ମଚାରୀ ଗୋଟିଏ ଟିମ୍ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି.କୀର୍ତ୍ତୀ ଭାସନ, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ , ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ବିଡ଼ିଏ ସେକ୍ରେଟାରୀ ସମ୍ବିତ କୁମାର ରାଉତ, ସମସ୍ତ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ, ପୌର ନିର୍ବାହୀଗଣଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here