ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଜନସାଧାରଣଙ୍କ ପାଇଁ ୧୦ ଦିନ ବନ୍ଦ

0
347

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ଗଞ୍ଜାମ ଜିଲ୍ଲାରେ ସରକାରୀ ଅଫିସ୍‌କୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ଜିଲ୍ଲା ପ୍ରଶାସନ ଲଗାଇଛି କଟକଣା। ଜଣେ ବରିଷ୍ଠ ଅଧିକାରୀ କରୋନାରେ ଆକ୍ରାନ୍ତ ହେବାପରେ ଏଭଳି ନିଷ୍ପତ୍ତି ହୋଇଛି। ଆସନ୍ତା ୧୦ ଦିନଯାଏ ଜିଲ୍ଲାର କୌଣସି ସରକାରୀ ଅଫିସ୍‌କୁ ସର୍ବସାଧାରଣ ଯାଇ ପାରିବେ ନାହିଁ। କରୋନା ସଂକ୍ରମଣ ରୋକିବାକୁ ଏହି ପଦକ୍ଷେପ ନିଆଯାଇଥିବା ଟ୍ୱିଟ୍‌ ଯୋଗେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳଙ୍ଗେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here