ସୋରଡ଼ା(ନିଲୁ ବିଶୋଇ)ଗଂଜାମ ଜିଲ୍ଲା ସୋରଡା ଥାନା ଥାନା ଅନ୍ତର୍ଗତ ହାତୀଗଡ଼ା ଗାଁ ଦାଣ୍ଡରେ ଜଣେ ପ୍ରବାସୀ ଯୁବକଙ୍କୁ କିଛି ଯୁବକ ଡାକି ନେଇ ଠେଙ୍ଗାରେ ପିଟିପିଟି ହତ୍ୟା କରିଛନ୍ତି। ତେବେ କେଉଁ କାରଣରୁ ହତ୍ୟା କରାଯାଇଛି ତାହା ଅସ୍ଵଷ୍ଟ ରହିଛି। ମୃତକ ଜଣକ ହେଲେ ଅରୁଣ ଗୌଡ (୨୭)। ସେ ଗଲା କିଛି ଦିନ ତଳେ ବାହାର ରାଜ୍ୟରୁ ଗାଁକୁ ଆସି କ୍ଵାରେଣ୍ଟାଇନ ସେଣ୍ଟରରେ ରହି ଘରକୁ ଫେରିଥିଲେ। ଖବର ପାଇ ସୋରଡା ପୋଲିସର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି