ଉପଖଣ୍ଡ ମେଡିକାଲରେ ଦୁର୍ବ୍ୟବହାର ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଆଶାକର୍ମୀ

0
462

ଭଞ୍ଜନଗର(ନିଲୁ ବିଶୋଇ)ଆଶାକର୍ମୀ ମାନଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ଭିତରେ SDMO ଙ୍କ ନିର୍ଦ୍ଦେଶ କ୍ରମେ ମେଡିକାଲ ରେ କାଯ୍ୟରତ ସିକ୍ୟୁରିଟ୍ ମାନେ ଦୁର୍ବ୍ୟବହାର କରୁଥିବା ନେଇ ଆଜି ଆଶକର୍ମୀ ମାନେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ରେ ଆଶାକର୍ମୀ ମାନେ ଅଭିଯୋଗ କରିଛନ୍ତି ଯେ ଦୀର୍ଘ ୧୫ ବର୍ଷ ହେଲା ଆମେ ବହୁ କଷ୍ଟ ଓ ପରିଶ୍ରମ କରି ସ୍ୱଳ୍ପ ଦରମାରେ ବହୁ ଦୁର୍ଗମ ଅଂଚଳରୁ ଗର୍ଭବତୀ ଓ ଶିଶୁ ମାନଙ୍କୁ ଆଣି ସେମାନେଙ୍କୁ ମେଡିକାଲରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେଇଥାଉ। ହେଲେ ନୂତନ ଭାବେ ଯୋଗ ଦେଇଥିବା SDMO ସିତାଶୁ ଶେଖର ଶତପଥୀ ସିକ୍ୟୁରିଟ୍ ଗାର୍ଡ ମାନଙ୍କ ଦ୍ୱାରା ଆମକୁ ଧମକ ଦେଇ ରୋଗୀଙ୍କୁ ମେଡିକାଲରେ ଛାଡି ଦେଇ ବାହାରୁ ବାହାରୁ ଚାଲିଯିବାକୁ କହିବା ସହ ଯଦି ଏହି ନିର୍ଦ୍ଦେଶ ନମାନନ୍ତି ତେବେ ପୋଲିସ କୁ ଡାକି ଗିରଫ କରିଯିବା ବୋଲି କହୁଛନ୍ତି। ବର୍ତ୍ତମାନ କୋରନା ମାହାମରୀ ସମୟରେ ମଧ୍ୟ ଆମ ଜୀବନକୁ ବିପଦରେ ପକାଇ ରୋଗୀଙ୍କ ସେବାରେ ଅବହେଳା କରିନାହୁଁ । ବର୍ତ୍ତମାନ ଆମେ ମେଡିକାଲ ଭିତରକୁ ଆସିଲେ କୋରନା ରୋଗ ବ୍ୟାପିଯିବ ବୋଲି କହି ଏହି ପରି ହୀନ ଓ ଦୁର୍ବ୍ୟବହାର କେତେ ଦୂର ସମୀଚିନ ଅଟେ । ଏହାକୁ ବିଚାର କରି ଆମକୁ ଉଚିତ ନ୍ୟାୟ ପ୍ରଦାନ କରିବା ପାଇଁ ଆଶାକର୍ମୀ ମାନେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି

LEAVE A REPLY

Please enter your comment!
Please enter your name here