ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ମେଧାବୃତ୍ତି ରାଶି ପ୍ରଦାନ କଲେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ସମିକ୍ଷା

0
534

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : “ଓଡ଼ିଶୀ ନୃତ୍ୟାୟନ ଅନୁଷ୍ଠାନ”ର ଛାତ୍ରୀ ସମିକ୍ଷା ମହାନ୍ତି ୫ମ ଶ୍ରେଣିରେ ପାଇଥିବା, ମେଧାବୃତ୍ତି ପରିକ୍ଷାର ପ୍ରଥମ ବର୍ଷର ୨୪୦୦ ଶହ ଟଙ୍କା ରାଶିକୁ ବିଗତ ବର୍ଷ ସେ, “ଫନି” ବାତ୍ୟାରେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ସେ ଦାନ କରିଦେଇଥିବା ବେଳେ, ଚଳିତ ବର୍ଷ ମଧ୍ୟ ସେ ବର୍ତ୍ତମାନ ପାଇଥିବା ଦ୍ଵିତୀୟ ବର୍ଷର ୨୪୦୦ ଶହ ଟଙ୍କା ରାଶିକୁ, ବ୍ରହ୍ମପୁର ଉପ -ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିଛନ୍ତି । ସମିକ୍ଷା ଜଣେ ଦକ୍ଷ ଓଡ଼ିଶୀ ନୃତ୍ୟ ଶିଳ୍ପି ,ବିଗତ ବର୍ଷ ସର୍ବ ଭାରତୀୟ ସ୍ତରରେ ଭାରତର ୨୮ଟି ରାଜ୍ୟରୁ ଆସିଥିବା , ସମସ୍ତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲା ପାଇଁ ଅନେକ ପ୍ରଶଂସା ପାଇଥିଲେ ।

LEAVE A REPLY

Please enter your comment!
Please enter your name here