ଓଭର ବ୍ରିଜ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ ବ୍ରହ୍ମପୁର ଶିଳ୍ପାଞ୍ଚଳରେ ଆନ୍ଦୋଳନ ପାଇଁ ମସୁଧା।

0
658

ବ୍ରହ୍ମପୁର,୨୯/୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ)-: ବ୍ରହ୍ମପୁର ସହରର ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସହରରେ ମୋଟ 5ଟି ଓଭର ବ୍ରିଜ ନିର୍ମାଣ କରାଯାଇଛି। ସେଥିମଧ୍ୟରୁ 4ଟି ଶେଷ ହୋଇ ସାରିଥିବା ବେଳେ ଗୋଟିଏ ଅର୍ଥାତ ଇଞ୍ଜିନିୟରିଂ ସ୍କୁଲ ଛକ ଠାରୁ ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ପ୍ରାୟ 680ମିଟର ଲମ୍ବର ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲୁଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ୨୦୧୮ ନଭେମ୍ବର ସୁଦ୍ଧା ଏହାର ନିର୍ମାଣ ଶେଷ ହେବା କଥା ତେବେ ବର୍ତ୍ତମାନ ପୁଣି ଏହି ସମୟସୀମା ଅକ୍ଟୋବର ୨୦୧୯କୁ ବୃଦ୍ଧି କରାଯାଇଛି। ନିର୍ମାଣ କାର୍ଯ୍ୟ ବିଳମ୍ବ ଯୋଗୁଁ ପ୍ରକଳ୍ପ ଅଟକଳ ଖର୍ଚ୍ଚ 28କୋଟିରୁ ବୃଦ୍ଧି ପାଇ 74କୋଟିରେ ପହଞ୍ଚି ସାରିଛି। କେବଳ 3ଟି ପରିବାର ଯୋଗୁଁ ଏହି ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଜଣାପଡ଼ିଥିବା ବେଳେ ତୁରନ୍ତ ଏହି କାର୍ଯ୍ୟ ସାରିବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ଓଭର ବ୍ରିଜ ନିର୍ମାଣକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ତୀବ୍ର ପ୍ରତିକ୍ରିୟା।

LEAVE A REPLY

Please enter your comment!
Please enter your name here