ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତଙ୍କ ପାଇଁ ଆଦର୍ଶ ସାଜିଛନ୍ତି

0
705

ଗଂଜାମ,୨୯/୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବେ ସମସ୍ତଙ୍କ ପାଇଁ ଆଦର୍ଶ ସାଜିଛନ୍ତି। ଗଂଜାମ ଭଳି ଏକ ବଡ ତଥା ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ମୁଖିଆ ଭାର ସମ୍ଭାଳିବା ସହିତ ଏମିତି ଏକ କାର୍ଯ୍ୟ ଆଜି ସେ କରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି। ବେଗୁନିଆପଡା ବ୍ଲକରେ ଅଭିଯୋଗ ଶୁଣାଣି କରି ଫେରିବା ବାଟରେ ନିଜେ ଜିଲ୍ଲାପାଳ ଚାଷ ଜମିରେ ପହଂଚି ଚାଷୀମାନଙ୍କ ସହିତ ମିଶି ଧାନତଳି ରୋଇଛନ୍ତି। ଯାହା ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଛି। ଗଂଜାମ ଜିଲ୍ଲା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତର ଭରସା ଗ୍ରାମ ନିକଟରେ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଜରିଆରେ ପ୍ରାୟ ୫୦ଏକର ଜମିରେ ଧାନ ଚାଷ ଧାଡ଼ି ପ୍ରଣାଳୀରେ ଚାଷ କରିବାକୁ ଚାଷୀମାନଙ୍କୁ କିଛି ସରକାରୀ ସହାୟତା ଦିଆଯାଉଥିଲା। ରାସ୍ତା କଡରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ନିଜେ ଜିଲ୍ଲାପାଳ ସେଠାକୁ ଯାଇ ଚାଷ ଜମି ଅନୁଧ୍ୟାନ କରିବା ସହ କାଦ ଜମିରେ ପଶି ଚାଷ କାର୍ଯ୍ୟ କରିଥିଲେ। ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ଦେଖି ଉପସ୍ଥିତ ଚାଷୀମାନଙ୍କ ମଧ୍ୟରେ ଆନନ୍ଦ କହିଲେ ନସରେ। ଜିଲ୍ଲାପାଳ ନିଜେ ଆଣ୍ଠୁଏ କାଦୁଅରେ ଚାଷୀଙ୍କ ସହିତ ଚାଷଜମିରେ ଧାନତଳି ରୋଇ ଚାଷୀଙ୍କ ମନବଳକୁ ଦୁଇଗୁଣିତ କରିଦେଇଛନ୍ତି।

LEAVE A REPLY

Please enter your comment!
Please enter your name here