ମାନବାଧିକାର ସୁରକ୍ଷା ମଞ୍ଚ ନେତୃତ୍ୱରେ ୯୯ତମ ନିଆରା ଘଣ୍ଟଯାତ୍ରା ଅନୁଷ୍ଠିତ।

0
604

ବ୍ରହ୍ମପୁର,୨୯/୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ)-: ବହୁ ଜନଆନ୍ଦୋଳନ ପରେ ଗତ ୨୦୦୫ମସିହାରେ ସୂଚନା ଅଧିକାର ଭଳି ଏକ ଆଇନ ପ୍ରଣୟନ ପରେ ଦେଶରେ ବହୁ ବଡବଡ ଦୁର୍ନୀତିର ଖୁଲାସା ହେବା ସହ ଅନେକ ରାଜନେତା ଓ ଶିଳ୍ପପତିଙ୍କ ଅସଲି ମୁଖା ଖୋଲିଯାଇଛି l ଏଣୁ ସୂଚନା ଅଧିକାର ଆଇନକୁ କ୍ଷମତାହୀନ କରିବା ଉଧେଶ୍ୟରେ କେନ୍ଦ୍ର ସରକାର ଗତ ତା ୧୯/୭/୨୦୧୯ ରିଖ ଏକ ସଂଶୋଧନ ବିଲ ଲୋକସଭାକୁ ଆଣି ଗତ ଜୁଲାଇ 22ତାରିଖରେ ଲୋକସଭା ଓ ଜୁଲାଇ 25ତାରିଖରେ ରାଜ୍ୟସଭାରେ ଗୃହିତ ହୋଇସାରିଛି। ଯାହା ବର୍ତମାନ ମହାମହିମ ରାଷ୍ଟ୍ରପତିଙ୍କ ଅନୁମୋଦନ ଅପେକ୍ଷାରେ ରହିଛି lଏହି ଜନବିରୋଧୀ ସଂଶୋଧନ ବିଲ୍ଲକୁ ବିରୋଧକରି ସମଗ୍ର ଦେଶରେ ଜନସାଧାରଣ ପ୍ରତିକ୍ରିୟା ପ୍ରକାଶ କରିଥିବାବେଳେ ପୂର୍ବତନ ସୂଚନା କମିଶନରମାନେ ମଧ୍ୟ ମହାମହିମ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l ଅତଏବ ଜନଗଣଙ୍କ ଏହି ଅମୋଘ ଅସ୍ତ୍ରକୁ ଶକ୍ତିହୀନ କରି ଗଣତନ୍ତ୍ରକୁ ହତ୍ୟା କରିବା ବିରୁଦ୍ଧରେ ୯୯ତମ ଘଣ୍ଟଯାତ୍ରା ଓ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଖଲ୍ଲିକୋଟ କଲେଜ ରୋଡ଼ରେ ଅନୁଷ୍ଠିତ ଆଜିର ଏହି ବିକ୍ଷୋଭରେ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା,ଶଙ୍କର ସାହୁ,ସୂଚନା ଅଧିକାର ମିଳିତ ମଞ୍ଚର ବିଭୁ ପ୍ରସାଦ ସାହୁ, ମାନବବାଦୀ ହେତୁବାଦୀ ସଂଗଠନର ରାଜା ସୁରେଶ, ନାନ୍ଦେସୁ ସେନାପତିଙ୍କ ସମେତ କିଶୋର ଚନ୍ଦ୍ର ପାତ୍ର,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଗୁରୁ ଚରଣ ପାତ୍ର,ମାଗୁଣି ନାହାକ,ଲକ୍ଷ୍ମୀ ନାରାୟଣ ରାଉତ, ରବୀନ୍ଦ୍ର ନାୟକ,ଲକ୍ଷ୍ମଣ ସାହୁ, ରବି ନାରାୟଣ ସାବତ,ସୌଦାମିନୀ ମିଶ୍ର, ଆଶିଷ କୁମାର ପଟନାୟକ ପ୍ରମୁଖ ଯୋଗଦେଇଥିଲେ l

LEAVE A REPLY

Please enter your comment!
Please enter your name here