ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

0
375

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ସାଲେବିଡି ଛକ ନିକଟରେ ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟାରେ ବୋରିଗୁଡା ଗ୍ରାମର ଆବାସ ଅଲ୍ଲୀ ଓ ରାଜା ନିଜ ବାଇକ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଉଥିବା ବେଳେ ବିପରୀତ ଦିଗ ହଳଦୀ ଖଲିଆ ପଡାରୁ ଚନ୍ଦାହାଣ୍ଡି ଗ୍ରାମର ବାପା ପୁଅ ରୁପଧର ମର୍କାମ ଓ ବବି ମାଝୀ ନିଜ ଘରକୁ ଆସୁଥିବା ବେଳେ ସାଲେବିଡି ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ରୁପଧର ମର୍କାମ (୫୬) ରକ୍ତାକ୍ତ ଅବସ୍ଥାରେ ରାସ୍ତା କଡରେ ପଡିରହିଥିଲେ । ଖବର ପାଇ ଚନ୍ଦାହାଣ୍ଡି ଥାନା ଏଏସଆଇ ଲଳିତ ମୋହନ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ପୁଲିସ ଗାଡି ଯୋଗେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ସଂଗ୍ରାମ କେଶରୀ ସାହୁ ମୃତ୍ୟୁ ଘୋଷଣା କରିଥିଲେ । ଚନ୍ଦାହାଣ୍ଡି ଥାନା ଆଇଆଇସି ପରମାନନ୍ଦ ସୁନାନୀ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ଚନ୍ଦାହାଣ୍ଡି ଶବାଗାରରେ ରଖିଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି । ଏନେଇ ଚନ୍ଦାହାଣ୍ଡି ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

ରିପୋର୍ଟ୍– ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here